ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା ( ଯୋଗଶ୍ରୀ ହେଲେ ଦେବାଶିଷ )

Jul 15, 2025 - 20:23
 0  7
ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା   ( ଯୋଗଶ୍ରୀ ହେଲେ ଦେବାଶିଷ )

ବାରିପଦା - ତା :- ୧୫/୦୭/୨୦୨୫ ରିଖ କଟକ ସ୍ଥିତ କଳିଙ୍ଗ ବ୍ୟାୟାମଶାଳାରେ ଓଡିଶା ଯୋଗ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୧ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ୨୧ ଜଣ ପୁରସ୍କୃତ ହୋଇଛନ୍ତି I ୮ ରୁ ୧୦ ବର୍ଷ ବାଳକ ବିଭାଗରେ ପ୍ରସାଦ ବାରିକ ୧ମ, ନିହାର ରଞ୍ଜନ ସାହୁ ୩ୟ ଏବଂ ବାଳିକା ବିଭାଗରେ ଜିଜ୍ଞାସା ମହାନ୍ତ ୩ୟ, ୧୦ ରୁ ୧୨ ବର୍ଷ ବାଳିକା ବିଭାଗରେ ତନୁଶ୍ରୀ ରାଉତ ୨ୟ, ୧୨ ରୁ ୧୪ ବର୍ଷ ବାଳକ ବିଭାଗରେ କ୍ରିଷ୍ଣା ଦାସ ୧ମ, ୧୪ ରୁ ୧୬ ବର୍ଷ ବାଳକ ବିଭାଗରେ କ୍ରିଷ୍ଣା ନାୟକ ୧ମ, ଗୋପାଳ ସିଂହ ୬ଷ୍ଠ, ୧୮ ରୁ ୨୧ ବର୍ଷ ବାଳକ ବିଭାଗରେ ପ୍ରକାଶ ବେହେରା ୧ମ, ଦେବାଶିଷ ବାରିକ ୨ୟ ଏବଂ ବାଳିକା ବିଭାଗରେ ସୁମିତ୍ରା ବାସ୍କେ ୬ଷ୍ଠ, ୨୧ ରୁ ୨୫ ମହିଳା ବିଭାଗରେ ଆରତୀ ସିଂହ, ସୀତାଦେବୀ ହେମ୍ବ୍ରମ ୨ୟ, ୨୫ ରୁ ୩୦ ବର୍ଷ ମହିଳା ବିଭାଗରେ ରେଖା ବେହେରା ୧ମ ତଥା ନୃତ୍ୟ ସହ ଯୋଗ ପ୍ରତିଯୋଗିତାରେ ୧୨ ରୁ ୧୪ ବର୍ଷ ବାଳକ ବିଭାଗରେ କ୍ରିଷ୍ଣା ଦାସ ୧ମ, ରୁଦ୍ର ନାରାୟଣ ଦାସ ୨ୟ, ୧୪ ରୁ ୧୬ ବର୍ଷ ବାଳକ ବିଭାଗରେ ଗୋପାଳ ସିଂହ ୨ୟ, କ୍ରିଷ୍ଣା ନାୟକ ୩ୟ, ୧୮ ରୁ ୨୧ ବର୍ଷ ବାଳକ ବିଭାଗରେ ପ୍ରକାଶ ବେହେରା ୨ୟ ଏବଂ ୨୧ରୁ ୨୫ ବର୍ଷ ମହିଳା ବିଭାଗରେ ସୀତାଦେବୀ ହେମ୍ବ୍ରମ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ତତସହିତ ଯୋଗ କୁମାର ଭାବେ ୧ମ ରନର୍ସ ଅପ ଭାବେ କ୍ରିଷ୍ଣା ନାୟକ ଓ ୨ୟ ରନର୍ସ ଅପ ଭାବେ କ୍ରିଷ୍ଣା ଦାସ ୨ୟ ଏବଂ ଯୋଗଶ୍ରୀ ଭାବେ ଦେବାଶିଷ ବାରିକ ପୁରସ୍କୃତ ହୋଇଛନ୍ତି I ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଯୋଗଗୁରୁ ଜ୍ୟୋତି ରଞ୍ଜନ ଦାସ, ମୋନା ଦାସ, ହିମାନୀ ପାତ୍ର ସମେତ ବହୁ ପ୍ରଶଂସକ କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ