ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ମୟୁରଭଞ୍ଜର ସଫଳତା ଜାତୀୟସ୍ତରରେ ଭାଗନେବ ଲୋକଗୀତ ଦଳ
ବାରିପଦା ତା ୨୯/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ମୟୁରଭଞ୍ଜର ଲୋକସଂଗୀତ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକନୃତ୍ୟ ଦଳ ତୃତୀୟ, ଚିତ୍ରକଳାରେ ସଞ୍ଜୟ କୁମାର ମାର୍ଣ୍ଡି ଓ ବକ୍ତୃତା ପ୍ରତିଯୋଗିତାରେ ଅଭିଷେକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି. କ୍ରୀଡା ପ୍ରଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଓ ରଶ୍ମିତା ଗିରି ଦଳର ନେତୃତ୍ୱ ନେଇଥିବା ବେଳେ, ବାସିପିଠା ଅଂଚଳର ଲୋକସଂଗୀତ ଦଳର ଅବିନାଶ ପତି, ଅମୀୟ କୁମାର ବାରିକ, ତାପସ ସାହୁ, ମଧୁସୂଦନ ବାରିକ, ପ୍ରକାଶ କୁମାର ଜେନା, ଗାୟତ୍ରୀ ଚୌଧୁରୀ, ଦେବଶ୍ରୀ ଲୋହାର, ଗୀତା ରାଣୀ, ସମୀର ସୌରଭ ମହାନ୍ତ, ଜ୍ଞାନରଞ୍ଜନ ସାହୁ, ସ୍ୱାଧୀନ ମହାନ୍ତ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଡଃ ଶୁଭାଶିଷ ନାୟକ ଜଣାଇଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0