।। ରାଇଘରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ।।

Sep 24, 2024 - 08:21
 0  48
।। ରାଇଘରଠାରେ ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ।।

ନବରଙ୍ଗପୁର ତା ୨୩.୯.୨୦୨୪: ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ,ଏସ ଡି ପି ଓ ମଧୁସିକ୍ତା ମିଶ୍ର, ବି ଡି ଓ ରାଇଘର ଲକ୍ଷ୍ମୀ ସାଗର ମାଝୀ,ଡି ଏସ ଏସ ଓ ସୁଧାଂଶୁ ପାତ୍ର ଙ୍କ ସମେତ ସଂପୃକ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୨୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୧୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ଜଣଙ୍କୁ ହୁଇଲ ଚେୟାର ଏବଂ ୨ ଜଣଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଗଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ