ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଧ୍ୟମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

Mar 9, 2026 - 21:14
 0  26
ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଧ୍ୟମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ବାଲିଗୁଡ଼ା /ରାଇକିଆ, ୮/୩ : (ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାକିଆ, ଡଡ଼ିଙ୍ଗିଆ, ଗୁମାମାହା, ସୁଗଡ଼ବାଡି ଓ ପେଟାପାଙ୍ଗl ପଞ୍ଚାୟତରେ ମାଧ୍ୟମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ଉତ୍ସାହ ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୬୦୦ ରୁ ଅଧିକ ମହିଳା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ମାନେ ସଶକ୍ତିକରଣ, ନାରୀଙ୍କ ସାମାଜିକ ଓ ଆର୍ଥିକ ଅଗ୍ରଗତି ସହ ନିଜ ଅଧିକାର ସମ୍ପର୍କରେ ସଚେତନତା ଉପରେ ଆଲୋଚନା କରାଯାଇଥିଲା । ମହିଳାମାନେ ସମାଜ ଗଠନ ଓ ପରିବାରର ଉନ୍ନତିରେ ମୁଖ୍ୟ ଭୂମିକା ଥିବାରୁ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମାଧ୍ୟମ ଫାଉଣ୍ଡେସନର ଅଧିକାରୀମାନେ, ପଞ୍ଚାୟତ ସି,ଆର,ପି ଓ ଏମ.ବି.କେ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସଭାରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଳମ୍ବନ ଓ ସମାଜରେ ସମାନ ଅଧିକାର ସମ୍ପର୍କରେ ଜାଗୃତ କରାଯାଇଥିଲା । କାର୍ଯ୍ୟକ୍ରମଟି ମଧ୍ୟମ ଫାଉଣ୍ଡେସନର ପରିଚାଳନାରେ ସୁସଂଘଟିତ ଭାବେ ସମାପ୍ତ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ