"ରକ୍ତଦାନ ମହାପୂଣ୍ୟ" ଉପରେ ବକ୍ତୃତା ପ୍ରତିଯୋଗିତା

Aug 12, 2025 - 04:11
 0  2
"ରକ୍ତଦାନ ମହାପୂଣ୍ୟ" ଉପରେ ବକ୍ତୃତା ପ୍ରତିଯୋଗିତା

ବାରିପଦା - ତା :- ୧୧/୦୮/୨୦୨୫ ରିଖ ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନାରାୟଣ ସେବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ "ରକ୍ତଦାନ ମହାପୂଣ୍ୟ" ବିଷୟ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ୬ଷ୍ଠ ରୁ ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା I ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୩୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଷ୍ଠ ରୁ ୮ମ ଶ୍ରେଣୀ ବିଭାଗରେ ସେଣ୍ଟ ମେରି ବିଦ୍ୟାଳୟର ସମ୍ଭବ ମିଶ୍ର ୧ମ, ଓ ଏ ଭି, ରାଣୀଭୋଳର ତୃପ୍ତିମୟୀ ବିଶ୍ୱାଳ ୨ୟ, ସରସ୍ବତୀ ବିଦ୍ୟା ମନ୍ଦିରର ଜ୍ୟୋତି କିରଣ ବାରିକ ୩ୟ, ୯ମ ଓ ୧୦ମ ଶ୍ରେଣୀ ବିଭାଗରେ ଓ ଏ ଭି ର ଅରଜିତ ପ୍ରଧାନ ୧ମ, ଓ ଏ ଭି, ମୋରଡାର ପ୍ରଭୁପାଦ ନାୟକ ୨ୟ, ସାଇ ଆଦର୍ଶ ବିଦ୍ୟାମନ୍ଦିରର ତପସ୍ୱିନୀ ବେହେରା ଓ କିସ ରେସିଡେନ୍ସିଆଲର ଲକ୍ଷ୍ମୀପ୍ରିୟା ମୁର୍ମୁ ୩ୟ ଏବଂ ୧୧ଶ ଓ ୧୨ଶ ଶ୍ରେଣୀ ବିଭାଗରେ ସେଣ୍ଟ ମେରୀର ଆରୟାନ ଦାସ ୧ମ ଓ ସୁଜାଲ ସେନାପତି ୨ୟ, ତଥା ଶରତପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିବ୍ୟାଶ୍ରୀ ଦୀପ୍ତି ୩ୟ ସ୍ଥାନ ଅଧିକାର କରିଥିଲେ I ସମସ୍ତଙ୍କୁ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବେଳେ ସ୍ୱାଧୀନତା ଦିବସ ସନ୍ଧ୍ୟାରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଜଣାଇଛନ୍ତି I ପ୍ରଥମେ ବାରିପଦା ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକ ରକ୍ତ ଓ ରକ୍ତଦାନ ଉପରେ ସବିଶେଷ ଆଲୋଚନା କରିଥିଲେ I ଡଃ ନାୟକ, ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ଡଃ ନିରୋଜ କୁମାର ପୋଥାଳ ଓ ବସନ୍ତ କୁମାର ମହାପାତ୍ର ବିଚାରକ ଭାବେ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିବାବେଳେ ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ଭାସ୍ବତୀ ପଣ୍ଡା ଓ ଶୁଭସ୍ମିତା କାମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ବି ଆର ସି ସି ତପସ୍ୱିନୀ ଦାଶ ଓ ସି ଆର ସି ସି ଧନଞ୍ଜୟ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ