ମୟୂରଭଞ୍ଜ: ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ।
ମୟୂଭଞ୍ଜ:୧୧/୧୨/୨୦୨୫: ଭାରତ ସରକାରଙ୍କ ନିର୍ଦ୍ଦେଶ ତଥା ଓଡ଼ିଶା ସରକାର ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ର ଆଦେଶ କ୍ରମେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ନଭେମ୍ବର ୨୫ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ୧୦ ଡିସେମ୍ବର ୨୦୨୫ ରେ ଉଦଯାପନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ପ୍ରୋଗ୍ରାମ ଅଫିସର୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ତାଙ୍କ ସମେତ ସଖୀ ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ ଏବଂ ପରିବାର ପରାମର୍ଶ କେନ୍ଦ୍ର ର କର୍ମଚାରୀ, ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ସମେତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ବିଗତ ୧୬ ଦିନ ଧରି ଚାଲିଥିଲା । ଏହି ଅବସରରେ ପ୍ରବନ୍ଧ (ଲିଙ୍ଗ ଭିତ୍ତିକ ହିଂସା) ପ୍ରତିଯୋଗିତାରେ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0