।। ମୟୂରଭଞ୍ଜ ପୋଲିସ କୁ ଆଉ ଏକ ବଡ଼ ସଫଳତା:ବ୍ରାଉନ ସୁଗାର, ପଲସର ଗାଡ଼ି, ୨ଟି ମୋବାଇଲ ସହ ଦୁଇ ବେପାରୀ ଗିରଫ ।।

Aug 16, 2024 - 21:23
 0  14
।। ମୟୂରଭଞ୍ଜ ପୋଲିସ କୁ ଆଉ ଏକ ବଡ଼ ସଫଳତା:ବ୍ରାଉନ ସୁଗାର, ପଲସର ଗାଡ଼ି, ୨ଟି ମୋବାଇଲ ସହ ଦୁଇ ବେପାରୀ ଗିରଫ ।।

ଶୁକ୍ରବାର ତା 16-08-2024 (ଫାଷ୍ଟ ନ୍ୟୁଜ ଓଡ଼ିଶା) ଦିନ ୧ଟା ୫୦ ମିନିଟସମୟରେ ବାରିପଦା ଟାଉନଥାନା ର SI କ୍ରିସାନ୍ତ ଟିକା ଓ ତାଙ୍କ ଟିମ, ବାରିପଦା, ପାଲବଣୀ ନିକଟସ୍ତ NH 18 ଠାରେ ପେଟ୍ରୋଲିଂ କରୁଥିବା ସମୟରେ, ବାଲେଶ୍ଵର ପଟ୨ ଜଣ ବ୍ୟକ୍ତି ଏକ ପଲସର ଯୋଗେ ଆସୁଥିଲେ। ଠିକ ସେହି ସମୟରେ ପାଲବଣୀ NH18 ଠାରୁ। ପୋଲିସ ଗାଡି ଦେଖି ହଠାତ ଗାଡ଼ିଟିକୁ ବୁଲେଇ ପଳାଇଯିବାକୁ ଚେଷ୍ଟା କରୁଥିଲେ, ମାତ୍ର ପୋଲିସ ଟିମ ଦୁଇଜଣଙ୍କୁ ମାଡ଼ିବସିଥିଲା, ତାଙ୍କ ପାଖରୁ ୩୦ ଗ୍ରାମ ବ୍ରାଉନ ସୁଗାର ଯାହାର ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା, ଏକ ପରିସର ଗାଡ଼ି, ଦୁଇଟି ମୋବାଇଲ ଓ କିଛି ଟଙ୍କା ଜବତ କରି ଦୁଇଟି ମାମଲା ରୁଜୁ କରିଛି । କେଶ ନମ୍ବର- ୪୭୨ ତା 16-08-2024 US 21(b)/25 NDPS act ରେ ମାମଲା ରୁଜୁ ହୋଇ ବାରିପଦା IIC ସୁମିତ ସରେନଙ୍କ ଦ୍ଵାରା ଇନଭେଷ୍ଟିଗେଶନ ଚାଲିଛି ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ