ମୟୂରଭଞ୍ଜ ଜିଲ୍ଲାରେ ଓରମାସର ଉପଲବ୍ଧି

Jun 13, 2025 - 18:02
 0  23
ମୟୂରଭଞ୍ଜ ଜିଲ୍ଲାରେ ଓରମାସର ଉପଲବ୍ଧି

ବାରିପଦା ତ।.୧୩.୦୬.୨୦୨୫ ମୟୁରଭଞ୍ଜ ଜ଼ିଲ୍ଲାରେ ଓରମାସ ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ , ଉତ୍ପାଦକ ଗୋଷ୍ଟି , ଚାଷୀ, କାରିଗର ଏବଂ ଦରିଦ୍ରରେଖା ତଳେ ଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରଦର୍ଶନୀ, ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂସ୍ଥା ଏବଂ ଡୀ.ଡୀ.ୟୁ.ଜିକେ.ୟାଇ ମାଧ୍ୟମରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଆସୁଛନ୍ତି I ଗତ ୨୦୨୪-୨୫ ବର୍ଷରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ , ଉତ୍ପାଦକ ଗୋଷ୍ଟିମାନେ ବ୍ଲକ, ରାଜ୍ୟ ଓ ଜାତୀୟ ସ୍ତରର ପ୍ରଦର୍ଶନୀ ରେ ଭାଗନେଇ ଭଲ ଲାଭ କରିପାରିଛନ୍ତି I ସେହିପରି ଜ଼ିଲ୍ଲା ରେ ଗଠିତ ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂସ୍ଥା ଦ୍ୱାରା ପ୍ରାୟ ୫୦୦୦ ରୁ ୬୦୦୦ କୃଷକ ଓ କାରିଗର ଆଜି ବିଭିନ୍ନ କିସମ ର ଚାଷ ଯଥା ରବର, ସବାଇ ଘାସ ତିଆରି ଜିନିଷ , ଜଙ୍ଗଲ ଜାତ ଦ୍ରବ୍ୟ, ଫଳ, ପନିପରିବା ଇତ୍ୟାଦି ରେ ୮ ରୁ ୯ କୋଟି ର ବ୍ୟବସାୟ କରି ବ୍ୟବସାୟିକ ଲାଭ କରିବା ସଙ୍ଗେ ନିଜକୁ ସଫଳ ଚାଷୀ ହିସାବରେ ପ୍ରତିଷ୍ଠିତ କରିପାରିଛନ୍ତି I ଏଥିସହିତ ଜ଼ିଲ୍ଲାରେ ଥିବା ପ୍ରାୟ ୧୦,୦୦୦ ଗରିବ ଶ୍ରେଣୀ ଓ ପଛୁଆ ବର୍ଗର ଛାତ୍ର ଛାତ୍ରୀ ଆଉ ଶିକ୍ଷା ପାଇଁ ନିଜ ଘର ଉପରେ ନିର୍ଭର ନ କରି ଡୀ.ଡୀ.ୟୁ.ଜିକେ.ୟାଇ ଟ୍ରେନିଂ ମାଧ୍ୟମ ରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ରାଷ୍ଟ୍ରାୟତ କମ୍ପାନୀ ଗୁଡିକରେ ଚାକିରୀ କରି ପାଖାପାଖି ୧୦,୦୦୦ ଟଙ୍କା ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ନିଜେ ଏବଂ ନିଜ ପରିବାରର ପରିସ୍ଥିତି ସ୍ଵଛଳ କରିପାରିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ