ମୟୁରଭଞ୍ଜ ମୋହତ୍ସବ କମିଟି ପକ୍ଷରୁ ଫୁଟବଲ ଟୁର୍ନାମେଣ୍ଟ

Dec 2, 2025 - 19:39
 0  24
ମୟୁରଭଞ୍ଜ ମୋହତ୍ସବ କମିଟି ପକ୍ଷରୁ ଫୁଟବଲ ଟୁର୍ନାମେଣ୍ଟ

ବାରିପଦା ତା 2/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୁରଭଞ୍ଜ ମୋହତ୍ସବ କମିଟି ଦ୍ୱାରା ବାରିପଦା ଉପଖଣ୍ଡ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି 16 ଗୋଟି ଦଳକୁ ନେଇ ବାରିପଦା ସ୍ଥିତ ଷ୍ଟେସନ ପଡିଆ ଠାରେ ଆରମ୍ଭ ହୋଇଯାଇଛି. ଦୁଇଦିନ ଧରି ଚାଲିବାକୁ ଥିବା ଏହି ତୁରନ୍ନାମେଣ୍ଟର ପ୍ରଥମ ଦିନରେ ସ୍ପୋର୍ଟସ ହଷ୍ଟେଲ, କିଷାନ ବ୍ରଦାର ଏଫସି, କେନ୍ଦୁଆ, ସାମାଖୁଣ୍ଟା, ମୁର୍ମୁ ଫାଇଟରସ, ରୋମାଜ ଋଷିକା ଶିରୀଶବନି, ମୋରଡା, ବେଲାଜୁରୀ ଏଫସି ପ୍ରମୁଖ 8ଟି ଟିମ ଖେଳ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳ ସିଂ ମୁଣ୍ଡାରୀ, ସମ୍ରାଟ ହେମ୍ବ୍ରମ, ସୁନାରାମ ଟୁଡୁ, ରତ୍ନାକର ସୋରେନ, ସମୟ ଟୁଡୁ, ନାରାୟଣ ହାଁସଦା ରେଫରୀ ଭାବରେ ଖେଳ ପରିଚାଳନା କରିଥିଲେ. ମୋହତ୍ସବ କମିଟିର ସଦସ୍ୟ ଅମର କୁମାର ସେଠି, ଆଦିତ୍ୟ ଦଣ୍ଡପାଟ, ରାକେଶ ସିଂ, ଅରୁଣ ବାରଡ଼ ପ୍ରମୁଖଙ୍କ ତତ୍ୱାବୋଧାନରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ, ଦିବ୍ୟ ରଞ୍ଜନ ଦାସ ଏବଂ ତରଣୀ ସେନ ନାୟକ ଆୟୋଜକ ଭାବେ କାର୍ଯ୍ୟ ତୁଲାଉଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ