।। ମୂଳନିବାସୀ ସମାଜର ସାମ୍ବିଧାନିକ ନ୍ୟାୟ ପାଇଁ ଏଥର ଲଢ଼େଇ ଜୋରଦାର ।।

Jun 15, 2025 - 22:02
 0  20
।। ମୂଳନିବାସୀ ସମାଜର ସାମ୍ବିଧାନିକ ନ୍ୟାୟ ପାଇଁ ଏଥର ଲଢ଼େଇ ଜୋରଦାର ।।

ଭବାନୀପାଟଣା, ୧୫/୦୬/୨୫/-ଫାଷ୍ଟ ନ୍ୟୁଜ ଓଡିଶା(ବାବୁଲି ହରିଜନ)କଳାହାଣ୍ଡି ଜିଲ୍ଲାସ୍ତରୀୟ କମିଟି ଘୋଷିତ ମୂଳନିବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ,କଳାହାଣ୍ଡି ଜିଲ୍ଲାରେ ୯୫ ପ୍ରତିଶତ ଦଳିତ, ଆଦିବାସୀ, ପଛୁଆ ବର୍ଗର ଲୋକ ବସବାସ କରୁଥିଲେ ମଧ୍ୟ ଏହି ବିଶାଳ ସମୁଦାୟକୁ ଆଜି ପର୍ଯ୍ୟନ୍ତ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ମିଳି ପାରିନାହିଁ। ମନୁବାଦୀ ବ୍ୟବସ୍ଥା ଜନିତ ଜାତିଗତ ଏକତାର ଅଭାବ, ଜାତି-ଜାତି ଭିତରେ ଥିବା ଅସହିଷ୍ଣୁ ଓ ଅସୂୟା ମନୋଭାବ ହିଁ ଏହାର ମୁଖ୍ୟ କାରଣ ଅଟେ। ଅନ୍ୟପକ୍ଷରେ ନିଜ ନିଜ ମଧ୍ୟରେ ଏପରିକି ବିଭିନ୍ନ ସ୍ତରରେ ନିର୍ଯାତନା ଓ ଅନ୍ୟାୟର ଶିକାର ହେଉଥିବା ସତ୍ତ୍ୱେ ବହୁଜନ ସମାଜ ଏହାକୁ ମିଳିତ ଭାବେ ମୁକାବିଲା ନକରି ଏକଲା ଏକଲା ଲଢ଼ୁଥିବାରୁ କୌଣସି ସମସ୍ୟାର ସମାଧାନ ହେଉନାହିଁ। ଘରେ ନିଆଁ ଲାଗିଛି, ସମସ୍ତେ ମିଳିମିଶି ନିଆଁ ଲିଭାଇବାକୁ ହେବ। ଅନ୍ୟଥା ଘର ଜଳି ଧୂଳିସାତ ହୋଇଯିବ। ଏଣୁ ଆଗାମୀ ଦିନରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଜନସାଧାରଣ ବିଗତ ଦିନର ସମସ୍ତ ଭୁଲଭଟକାକୁ ଭୂଲିଯାଇ ଏକାଠି ହେବାକୁ ପଡ଼ିବ।

ସାମ୍ବିଧାନିକ ହକ ଓ ଅଧିକାର ଉପରେ ଲଢ଼େଇ କରି ଏ ମାଟିର ଶାସକ ବର୍ଗ ହେବା ହିଁ ଏହି ମହାସଂଘର ମୂଳ ଉଦ୍ଦେଶ୍ୟ ବୋଲି ମୂଳନିବାସୀ ବହୁଜନ ମିଳିତ ମହାସଂଘର କଳାହାଣ୍ଡି ଜିଲ୍ଲାସ୍ତରୀୟ ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶେଷ କରି ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ଓ ରାଜନୀତିରେ ଜନସଂଖ୍ୟା ଅନୁସାରେ ୫୪% ସଂକରକ୍ଷଣ ନଦେବା, ଦଳିତ ନିର୍ଯାତନା ରୋକିବା, ଆଦିବାସୀ ମାନଙ୍କୁ ଭୂମି ଅଧିକାରରୁ ବଂଚିତ କରିବା ଭଳି ଅନେକ ଅନ୍ୟାୟର ଶିକାର ହେଉଛି ଏହି ସମାଜ ସମୂହ। ତେଣୁ ଏହାକୁ ଗୋଟେ ଜାତି ନୁହେଁ ତିନୋଟି ବର୍ଗର ଲୋକ ମିଳିତ ଭାବେ ଲଢ଼ିବାର ସମୟ ଆସିଯାଇଛି ବୋଲି ବକ୍ତାମାନେ ମତ ରଖିଥିଲେ।ଆଜି ସ୍ଥାନୀୟ ଅମଲା ଭବନରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅତିଥି ଭାବେ ଆଦିବାସୀ ନେତା ପ୍ରକାଶ ମାଝୀ, ସିଦ୍ଧାର୍ଥ ନାୟକ, ସଚ୍ଚିଦାନନ୍ଦ ମହାକୁଡ଼, କୀର୍ତ୍ତନ ନାୟକ, ଗଙ୍ଗାଧର ପାତ୍ର, କୁବେର ସାହୁ, କମଳିନୀ ଯାଦବ, ତୀର୍ଥ ବୁଦ୍ଧିଆ, ଚମରୁ ବଗର୍ତ୍ତି, ଡାକେଶ୍ୱର ଲହଜଲ, ଜଗଦୀଶ ଯାଦବ, ଗୋବର୍ଦ୍ଧନ ଶବର, କୈଳାସ ମାଝୀ, ଚୂଡ଼ାମଣି ନାଏକ, ଛାୟାକାନ୍ତ ବେଣୁପାଣି, ଦିଗାମ୍ବର ମାଝୀ, ଯତୀନ୍ଦ୍ର କର, ଏସ. ସୁଜାତା, ଅଞ୍ଜୁ କୁମାର, ରତନ ନାଏକ, ସତ୍ୟ ମାହାର, ମୁନିଆ ସିପକା, ଡୋଳେଶ୍ୱର ନାଏକ, ଜୟପ୍ରକାଶ ଜାଲ, ତ୍ରିନାଥ ନାଏକ, ରମଣୀ ଦୁରିଆ, ଚିତ୍ରସେନ ମଙ୍ଗରାଜ, ସ୍ନେହଲତା ଦୁର୍ଗା, ସଞ୍ଜୟ ସୁନାନୀ, ଗଣପତି ଦେବଦାସ ବାଗ, ସୁଶୀଲ ନାଏକ କୃଷ୍ଣ ଚନ୍ଦ୍ର ରାଉତ ରାଜକିଶୋର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମହାସଂଘର ଏକ ଜିଲ୍ଲାସ୍ତରୀୟ କମିଟି ଘୋଷଣା କରାଯାଇଥିଲା। ସର୍ବସମ୍ମତି କ୍ରମେ ମହାସଂଘର ସଭାପତି ଭାବେ ସମାଜସେବୀ ସଚ୍ଚିଦାନନ୍ଦ ମହାକୁଡ଼, କାର୍ଯ୍ୟକାରୀ ସଭାପତି ଭାବେ ପ୍ରକାଶ ମାଝୀ, କମଳିନୀ ଯାଦବ, ଯତୀନ୍ଦ୍ର କର, ଉପସଭାପତି ଭାବେ କୁବେର ସାହୁ, ଗଙ୍ଗାଧର ପାତ୍ର, ତୀର୍ଥ ବୁଦ୍ଧିଆ, ଜୟପ୍ରକାଶ ଜାଲ, ବରୁଣ ଛତ୍ରିଆ, ମାୟାବତୀ ରଣା, ସାଧାରଣ ସମ୍ପାଦକ ଭାବେ କୀର୍ତ୍ତନ ନାୟକ ଯାଦବ, ଦୁର୍ଯ୍ୟୋଧନ ମାଝୀ, ସତ୍ୟ ମାହାର, ରମଣୀ ଦୁରିଆ, ସମ୍ପାଦକ ଭାବେ ଗୋବର୍ଦ୍ଧନ ଶବର, ଚୂଡ଼ାମଣି ନାଏକ, ଦିଗାମ୍ବର ଲୁହା, ରତନ ନାଏକ, ଲକ୍ଷ୍ମଣ ମାଝୀ, ଅଞ୍ଜୁ କୁମାର, କୋଷାଧ୍ୟକ୍ଷ ଭାବେ ପ୍ରେମଲାଲ ନାଏକ, ମହିଳା ସଭାନେତ୍ରୀ ଭାବେ ସ୍ନେହଲତା ଦୁର୍ଗା, ଯୁବ ସଭାପତି ଭାବେ ଡାକେଶ୍ୱର ଲହଜଲ, ସମ୍ପାଦକ ଭାବେ ସଞ୍ଜୟ ସୁନାନୀ, କର୍ମଚାରୀ ସଂଘ ସଭାପତି ଭାବେ ପ୍ରକାଶ ସାଗର, ମିଡ଼ିଆ ସେଲ ମୁଖ୍ୟ ଭାବେ ସୁଶୀଲ କୁମାର ବାଗ, ସାଂସ୍କୃତିକ ବିଭାଗ ସଭାପତି ଭାବେ ମଧୁସୂଦନ ବାଗଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା କମିଟି ସଦସ୍ୟ ଭାବେ ସିଦ୍ଧାର୍ଥ ନାୟକ, ଚମରୁ ବଗର୍ତ୍ତି, ଜଗଦୀଶ ଯାଦବ, ଛାୟାକାନ୍ତ ବେଣୁପାଣି, ରୁଦ୍ର ପାଣିଗ୍ରାହୀ, କୈଳାସ ମାଝୀ, ରାମସ୍ୱାମୀ ଭକ୍ତ, ଡୋଲେଶ୍ଵର ନାଏକ, ଦିଗାମ୍ବର ମାଝୀ, ମୁନିଆ ସିପକା ମନୋନୀତ ହୋଇଥିଲେ।

What's Your Reaction?

Like Like 2
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ