।। ମାଳିପର୍ବତର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ଡେକାପାର ଗ୍ରାମରେ ମାଳିପର୍ବତ ସୁରକ୍ଷା ସମିତିର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାଳିପର୍ବତର ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମିତିର ଅନେକ କର୍ମକର୍ଥା ନିଜ ନିଜ ମତ ପ୍ରକାଶ କରିଥିଲେ l ମାଳିପର୍ବତର ଚଥୁର୍ପାଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ କିଭଳି ସୁଦୃଡ଼ ରହିବ ଏବଂ ଆଗାମୀ ଦିନରେ ଯଦି ପୁଞ୍ଜିପତି ଦଲାଲ କମ୍ପାନୀ ଆସି l ଆମ ଭିଟାମାଟିକୁ ଛଡେ଼ଇ ନେବ କିମ୍ବା ଅଞ୍ଚଳର ଭାଇଚାରାକୁ ନଷ୍ଟକରିବାକୁ ଚେଷ୍ଟାକରେ ତାହେଲେ ଆମେ ଜରଦାର ଲଢେ଼ଇ କରିବୁ l ଏବଂ ଆମୋ ମାଳିପର୍ବତ ସବୁବେଳେ ସଜାଗ ଅଛି l କୌଣସି ମୁହୂର୍ତ୍ତ ଯଦି କମ୍ପାନୀ ଆମର ସୁନ୍ଦର ପରିବେଶ ଏବଂ ଆମ ଜୀବନ ଜୀବିକା ଉପରେ ନଜର ପକାଏ l ତେବେ ଜରଦାର ଆନ୍ଦାଳନ କରାଯିବ l ଜୀବନ ଗଲେ ଯିବ ପଛେ କମ୍ପାନୀକୁ ଇଞ୍ଚେ ମାଟି ଦିଆଯିବନାହିଁ ବୋଲି ମାସିକ ବୈଠକରେ ଆଲୋଚନା କରାଯାଇଥିଲା l ସେଆଡେ଼ ସିଜିମାଳୀ ଖଣିଖନନକୁ ନେଇ ଅନେକ ଲୋକଙ୍କୁ ଦେଶଦ୍ରୋହି, ମାଓବାଦୀ ବୋଲି ମିଥ୍ୟା ମାମଲାରେ ଜୈଲରେ ରଖିବା ଏହା ଏକ ନିନ୍ଦନୀୟ ଘଟଣା ଏବଂ ଆମେ ତାକୁ ଘୋର ବିରୋଧ କରୁଛୁ ବୋଲି କୁହାଯାଇଥିଲା l ବୈଠକରେ ମାଳିପର୍ବତ ସଭାପତି ବିଜୟ ଖିଲ, ସହ ସମ୍ପାଦକ ପଦଲାମ ନାୟକ, ଯୁବ ସଭାପତି ଯାକବ ହନ୍ତାଲ, ଡେକାପାର ୱାର୍ଡ ମେମ୍ବର ରମେଶ ହନ୍ତାଲ, ନିରଞ୍ଜନ ଖିଲ, ଗୋବର୍ଦ୍ଧନ ଖିଲଙ୍କ ସହିତ ସମିତିର ଅନେକ ଆନ୍ଦାଳନ କାରି ନେତା ଉପସ୍ଥିତ ହୋଇଥିଲେ l
ସେମିଳିଗୁଡ଼ାରୁ ଦେବେନ୍ଦ୍ର ଖିଲ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






