ମାଲିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟ ଉଡ଼ିଯାଇଛି, ୧୮ ଜୁନରୁ ସ୍କୁଲ ଖୋଲିବା ନେଇ ଅଭିଭାବକଙ୍କ ଚିନ୍ତା

Jun 16, 2026 - 21:08
 0  12
ମାଲିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟ ଉଡ଼ିଯାଇଛି, ୧୮ ଜୁନରୁ ସ୍କୁଲ ଖୋଲିବା ନେଇ ଅଭିଭାବକଙ୍କ ଚିନ୍ତା

କନ୍ଧମାଳ ଜିଲ୍ଲାର ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ଗତ ତା-୩୦/୦୫/୨୦୨୬ (ଶନିବାର) ଦିନ ତୁମୁଡ଼ିବନ୍ଧ ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ମାଲିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଉପରେ ଥିବା ଆଜବେଷ୍ଟ ଉଡ଼ିଯାଇଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତା-୧୮/୦୬/୨୦୨୬ ରେ ବିଦ୍ୟାଳୟ ଖୋଲିବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପାଠପଢ଼ାକୁ ନେଇ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟର ଛାତ କ୍ଷତିଗ୍ରସ୍ତ ଥିବାରୁ ଛାତ୍ରଛାତ୍ରୀମାନେ କେଉଁଠି ଏବଂ କିପରି ସୁରକ୍ଷିତ ଭାବେ ପାଠ ଅଧ୍ୟୟନ କରିବେ, ସେନେଇ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଛାତର ମରାମତି କାମ ଆରମ୍ଭ ହୋଇନଥିବା ବେଳେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିରବ ଦର୍ଶକ ସାଜିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ହେଉଛି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଗ୍ରେ ଗୁରୁତ୍ୱ ଦେଇ ଶୀଘ୍ର ବିଦ୍ୟାଳୟର ଛାତର ମରାମତି କରାଯାଉ କିମ୍ବା ବିକଳ୍ପ ଶ୍ରେଣୀଗୃହର ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ପାଠପଢ଼ା ବାଧାପ୍ରାପ୍ତ ନ ହେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍‌ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ