ମାଲକାନଗିରି ପୌରପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ

Sep 6, 2025 - 19:49
 0  16
ମାଲକାନଗିରି ପୌରପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ

ମାଲକାନଗିରି, ୬/୯/୨୫: ମାଲକାନଗିରି ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ। ସେଥି ନିମନ୍ତେ ଆଜି ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପୌର ପରିଷଦ ଅଧୀନରେ ଥିବା ଆଦର୍ଶ ଶ୍ମଶାନ, ନୂତନ ଭାବେ ଲୋକାର୍ପଣ ହୋଇଥିବା ବହୁମୁଖୀ ହଲ୍, ପ୍ରଧାନୀଗୁଡା ଠାରେ ଥିବା ପୋଖରୀ ଓ ଫିକଲ୍ ସ୍ଲଡଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହ ପ୍ରକଳ୍ପ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ନାହିଁ ତଦାରଖ କରିଥିଲେ ଜିଲ୍ଲାପାଳ। ଏହି ଅବସରରେ ଆବଶ୍ୟକ ଥିବା ସମସ୍ତ ପ୍ରକଳ୍ପ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପୌରପାଳିକା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଜିର ଏହି ପରିଦର୍ଶନରେ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ, ପୌର ପରିଷଦ ଯନ୍ତ୍ରୀ ଇନ୍ଦୁ ମାଧବ ସରକାର୍, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ବେଟି, ମାଲକାନଗିରି ବ୍ଲକ୍ ସହାୟକ ଯନ୍ତ୍ରୀ ଅଭିଜିତ ସେଠୀ, ଯନ୍ତ୍ରୀ ସରୋଜ ସାମନ୍ତରାୟ, ରାସ୍ତା ଓ କୋଠାବାଡ଼ି-୧ ନିର୍ବାହୀ ଯନ୍ତ୍ରୀ ସୁଜାତା ଦିଶାରି ଏବଂ ମାଲକାନଗିରି ସିଡିପିଓ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ