ମାଲକାନଗିରି ଜିଲ୍ଲାରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

Nov 6, 2026 - 18:10
 0  4
ମାଲକାନଗିରି ଜିଲ୍ଲାରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

*ମାଲକାନଗିରି, ୬/୧୧/୨୦୨୬:* ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ , ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଆଜି ମାଲକାନଗିରି ଜିଲ୍ଲାରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଭିତ୍ତିପ୍ରସ୍ତର ସ୍ଥାପନର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋରାଖୁଣ୍ଟା ହୋଇଥିବା ବେଳେ ବିଧାୟକ ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା କମିଟି ନରସିଂହ ମାଡ଼କାମି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଦାଶରଥି ସରାବୁ, ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ପଡ଼ିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଣ୍ଡୁରକୋଣ୍ଡା ଠାରେ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ, ମାଲକାନଗିରି, ସଭ୍ୟ, ଜିଲ୍ଲା ପରିଷଦ, ପଡ଼ିଆ, ବ୍ଲକ ଅଧ୍ୟକ୍ଷ, ପଡ଼ିଆ, ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଓ ରମେଶ ବରୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କାଲିମେଳା ଯୋଗ ଦେଇଥିଲା ବେଳେ ମାଲକାନଗିରି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିମିଳିବାଞ୍ଛା ଠାରେ ସଭ୍ୟ, ଜିଲ୍ଲା ପରିଷଦ, ସମ୍ପୃକ୍ତ ଜୋନ୍, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି ଓ ସ୍ୱପ୍ନେଶ୍ୱର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ପଡ଼ିଆ ଅତିଥି ରୂପେ ଯୋଗ ଦେଇଥିଲେ। ଖଇରପୁଟ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ମାଡ଼କାପଦର ଠାରେ ବିଧାୟକ ଙ୍କ ପ୍ରତିନିଧି , ଚିତ୍ରକୋଣ୍ଡା, ସଭ୍ୟ, ଜିଲ୍ଲା ପରିଷଦ, ଖଇରପୁଟ ଜୋନ୍, ବ୍ଲକ ଅଧ୍ୟକ୍ଷ, ଖଇରପୁଟ ବ୍ଲକ, ଭାଗିରଥି ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଓ ଦିଲ୍ଲୀପ କୁମାର ଗଣ୍ଡ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଇରପୁଟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ର ସମସ୍ତ କର୍ମଚାରୀ ଓ ବୈଷୟିକ ପରାମର୍ଶଦାତା ମାନେ ସହଯୋଗ କରିଥିବା ବେଳେ ମୁଖ୍ୟ ପରାମର୍ଶଦାତା ସରୋଜ କୁମାର ସାମନ୍ତରାୟ ପରିଚାଳନା କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ