ବିପଦରେ ବନ୍ଧୁ ସାଜିଲା ସ୍ଵାକ।ବାତ୍ୟା ବିପନ୍ନ ୫୮ ଜଣଙ୍କୁ ଖାଦ୍ୟ ବଣ୍ଟନ,ଶିଶୁଙ୍କୁ ପୋଷାକ ଓ ମହିଳାଙ୍କୁ ଲୁଗା ପ୍ରଦାନ

Oct 31, 2026 - 21:01
 0  16
ବିପଦରେ ବନ୍ଧୁ ସାଜିଲା ସ୍ଵାକ।ବାତ୍ୟା ବିପନ୍ନ ୫୮ ଜଣଙ୍କୁ ଖାଦ୍ୟ ବଣ୍ଟନ,ଶିଶୁଙ୍କୁ ପୋଷାକ ଓ ମହିଳାଙ୍କୁ ଲୁଗା ପ୍ରଦାନ

ଘୁ.ଉଦୟଗିରି: ୩୧/୧୦/୦୨୬(ଫାଷ୍ଟ୍ ନ୍ୟୁଜ ଓଡ଼ିଶା)ବିପଦରେ ମଣିଷ ହିଁ ମଣିଷର ସାହାରା। ଦୁର୍ଦ୍ଦିନରେ ଅସହାୟଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ। ଏହି ମାନବିକ ଭାବନାକୁ ପାଥେୟ କରି ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ପରିବାରଙ୍କ ସହାୟତା ପାଇଁ ଆଗେଇ ଆସିଛି ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ ସ୍ଵାକ ସଂଗଠନର ଏହି ପଦକ୍ଷେପ ବିପଦ ସମୟରେ ସାମାଜିକ ଦାୟିତ୍ୱବୋଧ ଓ ମାନବିକ ସେବାର ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି । ଗତ ୨୮ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଘୁ.ଉଦୟଗିରି ବ୍ଲକ୍‌ର କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବଲିଙ୍ଗିଆ ଗ୍ରାମ ଏବଂ ଭଞ୍ଜନଗର ବ୍ଲକ୍‌ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମରେ ଭୂସ୍ଖଳନ ଘଟି ଅନେକ ପରିବାର ପ୍ରଭାବିତ ହୋଇଥିଲେ। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀରେ ରଖାଯାଇଛି। ଏଭଳି ଦୁଃଖଦ ସମୟରେ ପ୍ରଭାବିତ ପରିବାରଙ୍କ ଦୁଃଖ ଓ ଅସୁବିଧାକୁ ଅନୁଭବ କରି ସ୍ଵାକ ପକ୍ଷରୁ ଆଶ୍ରୟସ୍ଥଳୀରେ ରହୁଥିବା ମୋଟ ୫୮ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିସହ ଶିଶୁମାନଙ୍କୁ ପୋଷାକ ଏବଂ ମହିଳାମାନଙ୍କୁ ଲୁଗା ପ୍ରଦାନ କରାଯାଇଥିଲା। କେବଳ ରିଲିଫ୍ ସାମଗ୍ରୀ ବଣ୍ଟନ ନୁହେଁ, ବରଂ ବିପଦ ସମୟରେ ସେମାନଙ୍କ ସହ ଆମେ ଅଛୁ ବୋଲି ଭରସା ଦେବା ଏହି ସହାୟତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏହି ମାନବିକ ସେବା କାର୍ଯ୍ୟକ୍ରମରେ ସ୍ଵାକର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷିକେଶ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସଦସ୍ୟ ମିହିର ଦିଗାଲ, ଉପଦେଷ୍ଟା ଗୋଲକ ବିହାରୀ ପଟ୍ଟନାୟକଙ୍କ ସମେତ ଗୋଲକ ଚନ୍ଦ୍ର ପ୍ରଧାନ ଓ ଅମିତ୍ ମଲ୍ଲିକ ସହଯୋଗ କରିଥିଲେ।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସମାଜସେବା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ମାନବିକ ଦାୟିତ୍ୱ। ସମାଜର ଅସହାୟ, ନିରାଶ୍ରୟ ଓ ବିପଦଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହେବା ହିଁ ସଂଗଠନର ମୂଳ ଉଦ୍ଦେଶ୍ୟ। ବିପଦରେ ହାତ ବଢ଼ାଇବା ହିଁ ପ୍ରକୃତ ସେବା। ମଣିଷ ପାଇଁ ମଣିଷର ସହଯୋଗ ହିଁ ମାନବିକତାର ସର୍ବଶ୍ରେଷ୍ଠ ପରିଚୟ। ସ୍ଵାକର ଏହି ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ଓ ମାନବିକ ସହଯୋଗ ପାଇଁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ