ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରୀଷ୍ମ ଶିକ୍ଷା ଶିବିର ପରିଦର୍ଶନ, ଦଶମ ପିଲାଙ୍କୁ ଦେଲେ ସଫଳତାର ମନ୍ତ୍ର

Jun 4, 2026 - 15:22
 0  6
ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରୀଷ୍ମ ଶିକ୍ଷା ଶିବିର ପରିଦର୍ଶନ, ଦଶମ ପିଲାଙ୍କୁ ଦେଲେ ସଫଳତାର  ମନ୍ତ୍ର

ମାଲକାନଗିରି, ୪/୬/୨୬: ଶିକ୍ଷା କ୍ଷେତ୍ରରେ ବଡ଼ ସଂସ୍କାର ଓ ପିଲାଙ୍କ ମନୋବଳ ବଢ଼ାଇବା ପାଇଁ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା ୨୦ଦିନିଆ ଦଶମ ଶ୍ରେଣୀ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଅନ୍ତର୍ଗତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କ ସହ ସେ ସେମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ। ଆଲୋଚନା ବେଳେ ପଢୁଥିବା ବିଷୟକୁ କେବଳ ଘୋଷିବା ପରିବର୍ତ୍ତେ ତାର୍କିକ ରୂପେ ବୁଝିବା ଓ ବର୍ତ୍ତମାନ ସମୟର ସଦୁପଯୋଗ କରିବାକୁ ଜିଲାପାଳ ଉପଦେଶ ଦେଇଥିଲେ। ଏଥିସହ ଦଶମ ଶ୍ରେଣୀ ପାଠକୁ ଟିକେ ଆଗୁଆ ସାରି ପରୀକ୍ଷା ପୂର୍ବରୁ ଅଭ୍ୟାସ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସେ ସେଠାରେ ଉପସ୍ଥିତ ଶିକ୍ଷକ ଗଣଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ପେଶାଲ ଭିଜିଟ୍ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାହୀରଥି ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ପ୍ରସାଦ ବେହେରାଙ୍କ ସହ ପ୍ରଧାନ ଶିକ୍ଷକ ଈଶ୍ୱର ରାଓ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାପାଳଙ୍କ ଏହି ହଠାତ୍ ପରିଦର୍ଶନ ଓ ପ୍ରେରଣାଦାୟୀ ବାର୍ତ୍ତା ପରେ ଶିବିରରେ ଥିବା ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ