।। ମାମୁଁ ଘରକୁ ଆସି ନାବାଳିକା ସାପ କାମୁଡାରେ ମୃତ୍ୟୁ ।।

Jun 2, 2024 - 17:55
 0  50
।। ମାମୁଁ ଘରକୁ ଆସି ନାବାଳିକା ସାପ କାମୁଡାରେ ମୃତ୍ୟୁ ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ସୋରାସକେଲା ଗ୍ରାମରେ ଏକ ଦୁଃଖ ଘଟଣା ଦେଖିବାକୁ ମିଳିଛି ସୂଚନା ଅନୁଯାୟୀ ଘଟଗାଁ ଥାନା ଅନ୍ତର୍ଗତ ବୀଣାଝରୀ ଗ୍ରାମର ପପୁ ନାଏକ ଓ ଚନ୍ଦ୍ରିକା ନାଏକ ଙ୍କ ୮ ବର୍ଷର ଝିଅ ରୀନା ନାଏକ ମାଆଙ୍କ ସହିତ ସୋରାସକେଲା ଗ୍ରାମକୁ ମାମୁଁ ଇନ୍ଦ୍ରମଣି ବେଣ୍ଟ କାର ଘରକୁ ୩ ମାସ ହେବ ବୁଲିବାକୁ ଆସିଥିବା ବେଳେ ଶୁକ୍ରବାର ରାତ୍ରିରେ ସମସ୍ତେ ଏକାଠି ଶୋଇବା ଥିବା ସମୟରେ ଏକ ବିଷାକ୍ତ ଚିତି ସାପ ଆସି ରୀନା କୁ ବାମ ଗୋଡ଼ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା ଯାହାଫଳରେ ରିନା କାନ୍ଦିବାରୁ ସଙ୍ଗେ ସଙ୍ଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ସେଠାରେ ରୀନା କୁ ଡାକ୍ତର ମୃତ୍ୟୁ ଘୋଷଣା କରିନଥିଲେ ଏନେଇ ପାଟଣା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ପାଟଣା ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସୂଚନା ଦେଇଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ