ମାତୃ ପିତୃ ହୀନ,ଏକକ ଅଭିଭାବକ ଶିଶୁ ଏବଂ ଅବହେଳିତ ଶିଶୁ ମାନଙ୍କ ଥଇଥାନ ନିମନ୍ତେ ଓଡିଶା ସରକାର ଙ୍କ ଯଶୋଦା ଯୋଜନା

Sep 12, 2025 - 20:29
 0  8
ମାତୃ ପିତୃ ହୀନ,ଏକକ ଅଭିଭାବକ ଶିଶୁ ଏବଂ ଅବହେଳିତ ଶିଶୁ ମାନଙ୍କ ଥଇଥାନ ନିମନ୍ତେ ଓଡିଶା ସରକାର ଙ୍କ ଯଶୋଦା ଯୋଜନା

କୋରାପୁଟ,( ରଞ୍ଜିତ ନାୟକ ) ତା:୧୨.୦୯.୨୦୨୫ ରିଖ: ମାତୃ ପିତୃ ହୀନ,ଏକକ ଅଭିଭାବକ ଶିଶୁ ଏବଂ ଅବହେଳିତ ଶିଶୁ ମାନଙ୍କ ଥଇଥାନ ନିମନ୍ତେ ଓଡିଶା ସରକାରଙ୍କ ଯଶୋଦା ଯୋଜନା କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଙ୍କ ଦ୍ୱାରା କୋରାପୁଟ ଜିଲ୍ଲାରେ ଆରମ୍ଭ କରା ଯାଇଛି ! ଏହି ଯୋଜନାରେ ଶିକ୍ଷା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ରେ କିପରି ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଂଯୁକ୍ତ କରି ହେବ ଜିଲ୍ଲାପାଳ ତାହାର ଏକ କାର୍ଯ୍ୟସୂଚୀ ମାର୍ଗଦର୍ଶିକା ପ୍ରଦାନ କରିଥିଲେ ! ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ପାଢ଼ୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ! ସୁରକ୍ଷା ଅଧିକାରୀ ( ଅଣ ଅନୁଷ୍ଠାନିକ ସୁରକ୍ଷା ) ଶ୍ରୀ ବାଳ କୃଷ୍ଣ ମଲ୍ଲିକ ଯଶୋଦା ଯୋଜନା ର ବିଭିନ୍ନ ପର୍ଯ୍ୟାୟ କୁ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ସି ଡି ପି ଓ ମାନଙ୍କୁ ସଂକ୍ଷପ ରେ ବୁଝାଇ ଥିଲେ ! ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଙ୍କ ଦ୍ୱାରା ଯଶୋଦା ଯୋଜନାର ହିତାଧିକାରୀ ମାନଙ୍କୁ ଶିକ୍ଷା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ନିମନ୍ତେ ଅର୍ଥ ରାଶି cheque ମାଧ୍ୟମ ରେ ପ୍ରଦାନ କରାଗଲା ! ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁବ୍ରତ ସାହୁ ଡେପୁଟି କଲେକ୍ଟର, ଡ଼ଃ ଏନ. ଏମ ଶତପଥୀ, ଏ ଡି ପି ହେଚ ଓ, ଡ଼ଃ ଦେବଦତ୍ତ ମଲ୍ଲିକ, ଡି ପି ହେଚ, ଡେପୁଟି ଡିରେକ୍ଟର ପ୍ଲାନିଂ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ସଦସ୍ୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ସି ଡି ପି ଓ, ସମସ୍ତ ବି ଏସ ଏସ ଓ, ଆଇ ସି ଡି ଏସ ସୁପେରଭାଇଜର, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଚାଇଲଡ ଲାଇନ, ଚାଇଲଡ ଲାଇନ କର୍ମକର୍ତ୍ତା ଏବଂ ଶୋଭା, ଏକତା, ଓ ୱାର୍ଡ ର କର୍ମ କର୍ତ୍ତା ମନେ ଉପସ୍ଥିତ ଥିଲେ ! ଏହା ସହିତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର ସମସ୍ତ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ରେ ସୁଚାରୁ ରୂପେ ତୁଲାଇ ଥିଲେ !

ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ