ମାଗଣା ହୋମିଓପ୍ୟାଥ୍‌କ ସ୍ବାସ୍ଥ୍ୟ ସେବା ଶିବିର

Dec 2, 2024 - 20:43
 0  10
ମାଗଣା ହୋମିଓପ୍ୟାଥ୍‌କ ସ୍ବାସ୍ଥ୍ୟ ସେବା ଶିବିର

ବରୀ,ଅରଙ୍ଗାବାଦ୍ ଚତର ଠାରେ ଯୁଧୁଷ୍ଠିର ତ୍ରିପାଠୀ ମେମୋରିଅ ।ଲ୍ ଋରିଟେବୁଲ ଟ୍ରଷ୍ଟ ଏବଂ ବରୀ ଅଞ୍ଚଳର ଅଗ୍ରଣୀ ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ର ମିଳିତ ଅ।ନୁକୁଲ୍ୟରେ, ବରୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତ‌ଥା ଅ।ଦର୍ଶ ଶିକ୍ଷକ ସ୍ଵର୍ଗତ ଯୁଧୁଷ୍ଠିର ତ୍ରିପାଠୀ ଙ୍କ ଏକବିଂଶ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିରର ଅ ।ୟୋଜନ କରାଯାଇଥିଲା। ଏହି ସ୍ଵାସ୍ଥ୍ୟ ସେବା ଶିବିର କୁ ବିଶିଷ୍ଟ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ସ୍ଵର୍ଗତ ତ୍ରିପାଠୀଙ୍କ ସ୍ମୃତି ଋରଣ ଉଦ୍ଦେଶ୍ୟ ରେ ସମାଜସେବା କ୍ଷେତ୍ରରେ ଚିକିତ୍ସକ ଙ୍କ ଭୂମିକା ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିନା ଔଷଧ ପ୍ରୟୋଗରେ କେଉଁ ଭଳି ଭାବରେ ଜଣେ ସୁସ୍ଥ ରହିପାରିବ ସେ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁଧୁଷ୍ଠିର ତ୍ରିପାଠୀ ଙ୍କ ତ୍ରିପାଠୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନୀରବ ପ୍ରାର୍ଥନା ଏବଂ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ଏହି ଅ।ଲୋଚନା ଚକ୍ରରେ ଭାଗନେଇ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ଅ।ଧ୍ୟାତ୍ମିକତା ର ପ୍ରୟୋଗ, ଦୈନଦିନ ବ୍ୟାୟାମ, ସୁ ବିୟର, ସଦାଋରି ଖାଦ୍ୟ, ଶ୍ରମ ଯୁକ୍ତ ବିଶ୍ରାମ ନିରାମୟତା ପ୍ରାପ୍ତି କରିଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଶିବିରର ଅ।ବାହକ ଯୁବ ସମାଜସେବୀ ଡଃ ବିଶ୍ବନାଥ ତ୍ରିପାଠୀ ସକାରାତ୍ମକ ଚିନ୍ତା ଧାରା କର୍ମ ତତ୍ପର ଏବଂ ବିଷାଦମୁକ୍ତ ମାନସିକତା ପ୍ରତ୍ୟେକ ମଣିଷକୁ ନିରାମୟତା ରଖୁଥାଏ ବୋଲି ବକ୍ତବ୍ୟ ରଖୁଥିଲେ। ମୁଖ୍ୟବକ୍ତା ଭାବେ ମଦନ ମୋହନ ପତି ସ୍ୱର୍ଗତ ତ୍ରିପାଠୀଙ୍କ ଜୀବନ ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥ୍‌ ଭାବେ ସ୍ତମ୍ଭାକାର ଅମୂଲ୍ୟ କୁମାର ପଣ୍ଡା, ଅବସରପ୍ରାପ୍ତ ସେନା କର୍ମଋରୀ ସଂଘର ସଭାପତି ଗୟାଧର ଦାସ, ପ୍ରଭୃତି ଯୋଗଦେଇ ଏହି ଅ ।ଲୋଚନା ଚକ୍ରରେ ନିଜସ୍ ମତ ରଖୁଥିଲେ । ସ୍ବାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଟି ସକାଳ ୯ ଘ. ଠାରୁ ଆରମ୍ଭ ହୋଇ ଡଃ ଗୋବିନ୍ଦ ସାହୁ, ଡଃ ଦେବଦତ୍ତ ଜେନା, ଡଃ ପାର୍ଥ ସାରଥୀ ରାଉତରାୟ, ଡଃ ଅ।ଲବର୍ଟ ମହାନ୍ତି, ଡଃ ବିଶ୍ଵନାଥ ତ୍ରିପାଠୀ, ହୋମିଓ ଭେଷଜ ସହାୟକ କାହ୍ନୁଚରଣ ନାୟକ, ହରପ୍ରସାଦ ପଣ୍ଡା ୧୧୯ ଜଣ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ବିନା ମୂଲ୍ୟରେ ହୋମିଓପ୍ୟାଥକ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ତ୍ରିପାଠୀ, ଜ୍ୟୋତିରଞ୍ଜନ ତ୍ରିପାଠୀ, ପ୍ରଦୋଷ କୁମାର ପ୍ରଧାନ, ଶିବ ପ୍ରସାଦ ସାହୁ, ଗଣେଶ ଚନ୍ଦ୍ର ନାଥ, ପ୍ରତିଭା ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ। ଜାଭିୟର ପବ୍ଲିକ୍‌ ସ୍କୁଲ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ