।। ମାଗଣା ସ୍ଵାସ୍ଥ ଶିବିରରେ 379 ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷାରେ ଉପକୃତ ହେଲେ ।।

Oct 6, 2024 - 21:33
 0  33
।। ମାଗଣା ସ୍ଵାସ୍ଥ ଶିବିରରେ 379 ଜଣ ରୋଗୀ  ସ୍ୱାସ୍ଥ୍ୟ ପରୀକ୍ଷାରେ ଉପକୃତ ହେଲେ ।।

ନୂଆପଡା (ଖରିଆର ରୋଡ଼ ) : ସମାଜ ସେବା କାର୍ଯ୍ୟ ପାଇଁ ଅଗ୍ରଣୀ ସଂସ୍ଥା ''ପହଲ'' ଦ୍ୱାରା ଆଜି 6 ଅକ୍ଟୋବର ରବିବାର ଦିନ ଗଣପତି ପେଲେସ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅନୁଷ୍ଠିତ ଶିବିରରେ 379 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଏହି ବିଶାଳ ସ୍ଵାସ୍ଥ ଶିବିରରେ ଵାଲ ଗୋପାଳ ହସ୍ପିଟାଲ ରାୟପୁର, ଏମଏମଆଇ ନାରାୟଣ ହସ୍ପିଟାଲ, ଆଖିପାଇଁ ଏମଜିଏମ ରୁ ଆସିଥିବା ଡାକ୍ତର ଙ୍କ ଦ୍ୱାରା ଚକ୍ଷୁ ରୋଗୀ ଙ୍କ ମାଗଣା ପରୀକ୍ଷା କରାଯାଇଥିଲା l ଏହି ଶିବିରରେ ଆର୍ଥିକ ଅନାଟନରେ ରହୁଥିବା ମୋତିଆବିନ୍ଦୁ ରୋଗୀ 21 ଜଣଙ୍କ ଚିହ୍ନଟ କରାଯାଇଥିଲା ଏହି ରୋଗୀମାଙ୍କୁ ଅପରେସନ ପାଇଁ ରାୟପୁର ଏମଜିଏମ ହସ୍ପିଟାଲ କୁ ନିଆଯାଇଥିଲା l ‘ପହଲ’ ସଂସ୍ଥାର ସଂଯୋଜକ ରାକେଶ ଜୈନ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ଵିଧାୟକ ରାଜେନ୍ଦ୍ର ଢୋଲକିଆ ଏହି ଶିବିରରେ ଯୋଗଦାନ ଦେଇ ଶିବିରକୁ ସଫଳ କରିଥିବାବେଳେ ଏହି ଅବସରରେ ନୂଆପଡା ଜ଼ିଲ୍ଲାପାଳ ମଧୁସୂଦନ ଦାସ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ ନାଗପାଳ ସୋନିୟା ଜୈନ, ବଂଶିଲାଲ ଡ଼ାଗା, ଗୋଲଡି ଅଗ୍ରୱାଲ, ବାବୁଲାଲ ଅଗ୍ରୱାଲ, ରୁପେଶ ଜୈନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲାବେଳେ ନଗରରେ ସେବା କରୁଥିବା ଅଗ୍ରଣୀ ସଂସ୍ଥା ମାରୱାଡି ୟୁଵା ମଞ୍ଚ, ରାମାୟଣ ମହିଳା ମଣ୍ଡଳ, ମାରୱାଡି ୟୁଵା ମଞ୍ଚ ଅଗ୍ରଣୀ ଶାଖା ଏବଂ ଜୈନ ମିତ୍ର ମଣ୍ଡଳ ସଂସ୍ଥା କୁ ସମ୍ମାନିତ କରାଯାଇଥିବାବେଳେ ସେବା କ୍ଷେତ୍ରରେ ଅଗ୍ରଣୀ ରହି କାର୍ଯ୍ୟ କରୁଥିବା ବ୍ୟକ୍ତି ସନ୍ତୋଷ ଡାଗାଙ୍କୁ ସମ୍ମାନ କରାଯାଇଥିଲା l ଏହି ଶିବିରକୁ ସଫଳ କରିବାପାଇଁ ଶ୍ୟାମ କେଶରବାନି, ନିତିନ ଜୈନ, ଗେଂଦଲାଲ ସାହୁ, ଭୋଜ ଲାଲ ସାହୁ, ନନ୍ଦ କୁମାର କଳାର, ରାକେଶ ଠାକୁର, ହୃଦାନନ୍ଦ ସୁନା, ଗଜେନ୍ଦ୍ର ସିହ୍ନl, ଲୋକେଶ ଯାଦବ, ଳେଖରାମ ସାହୁ, ତୀର୍ଥ ସାହୁ, ଅଂକୁର ଜୈନ, ଗୋଲୁ ସାହୁ, ଅନନ୍ତ ଜୈନ, ମୁଲଚାନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ