ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ
ମାଲକାନଗିରି: ତା:-୦୪/୦୯/୨୫ (first news odisha) ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ସବୁଜ ମାଲକାନଗିରି ଗଠନ ପାଇଁ ତଥା ଭାରତ ସରକାରଙ୍କର ଯେଉଁ ମାଁ ପାଇଁ ଗଛଟିଏ ୨.O କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଞ୍ଚେଇବା ପାଇଁ ରଥ ଆଜି ଠାରୁ ଗଢ଼ିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଭାରତର ଯଶଶ୍ବୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ମାଡ଼କାମି । ତେଣୁ ଆସନ୍ତା ୧୦ତାରିଖ ସୁଧା ଜିଲ୍ଲାର ମୋଟ ୧୧୧ ଟି ପଞ୍ଚାୟତର ସମସ୍ତ କୋଣ ଅନୁକୋଣରେ ଥିବା ଗାଁ ବିଏସଏଫ କ୍ୟାମ୍ପ, ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବୃକ୍ଷ ପହଞ୍ଚାଇବ ଜିଲ୍ଲା ପ୍ରଶାସନ। ମୋଟ ୨ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷ ଆସନ୍ତା ୧୭ ତାରିଖ ଅର୍ଥାତ ଗୋଟିଏ ଦିନରେ ଲଗାଇବାକୁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଉଭୟ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ମାଲକାନଗିରି ଡିଏଫଓ ଡିଏନ କିରଣ କୁମାର। ରଥ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ସୁଶ୍ରୀ ଅଶ୍ବନୀ ଏ.ଲ, ଏସ୍ପି ମାଲକାନଗିରି ବିନୋଦ ପାଟିଲ,୨ ଏସିଏଫଓ ସମେତ ମାଲକାନଗିରି ବନ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0