ମାଁ ତାରିଣୀ ପୀଠକୁ କେବେ ପର୍ଯ୍ୟଟନର ମାନ୍ୟତା ମିଳିବ

Dec 26, 2024 - 16:35
 0  25
ମାଁ ତାରିଣୀ ପୀଠକୁ କେବେ ପର୍ଯ୍ୟଟନର ମାନ୍ୟତା ମିଳିବ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୬/୧୨/୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ଗ୍ରାମର ମାଁ ତାରିଣୀ ପୀଠକୁ ପର୍ଯ୍ୟଟନର ମାନ୍ୟତା କେବେ ମିଳିବ ? ଦକ୍ଷିଣ ଓଡ଼ିଶାରେ ତାରିଣୀ ମାଁଙ୍କ ପୀଠ କହିଲେ ନବରଙ୍ଗପୁର ଜିଲ୍ଲାର ବେହେଡା ତାରିଣୀ ମନ୍ଦିର କୁ ଲୋକ ବୁଝନ୍ତି ! ପ୍ରତ୍ୟେକ ଦିନ ମାଁଙ୍କ ପାଖକୁ ମାନସିକଧାରୀ ଗାଡ଼ିରେ ବହୁତ ଦୂରରୁ ନଡ଼ିଆ ପଠାନ୍ତି ! ମାଁଙ୍କ ଅପାର କରୁଣା ଦେଖିବାକୁ ମିଳୁଛି, ବହୁତ ଲୋକଙ୍କୁ ସ୍ବପ୍ନ ହେଲା ଜେ ତାରିଣୀ ମାଁଙ୍କ ପାଷାଣ ମୂର୍ତ୍ତି ଶହ ମାଟିଘୋଡା ଗୋଟିଏ ଶାଳ ଜଙ୍ଗଲରେ ଅଛି ! ସ୍ବପ୍ନ ଅନୁସାରେ ସତକୁସତ ମାଁଙ୍କ ମୂର୍ତ୍ତି ମିଳିଲା ! ସେହିଦିନ ଠାରୁ ମାଁଙ୍କ ପୂଜା ପାଠ ଘଟଗାଁ ଵିଧି ଅନୁସାରେ ଚାଲିଛି ! ବାର ମାସରେ ତେର ପର୍ବ ପାଳନ ହୁଏ, ପ୍ରତ୍ୟେକ ସଂକ୍ରାନ୍ତିରେ ଅନ୍ନଭୋଗ ହୁଏ, ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଘଟଗାଁର ତାରିଣୀ ମାଁଙ୍କୁ ଦେଖିବା ପରି ଅନୁଭବ କରନ୍ତି ବୋଲି ବହୁତ ଭକ୍ତ କହନ୍ତି ! ବର୍ତ୍ତମାନ ଶୀତଋତୁ ଚାଲିଛି ଲୋକମାନେ ଜୀବନ ର ମଜା ଅନୁଭବ କରିବା କିଛି ସମୟ ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଶହ ବଣଭୋଜି କରି ନିଜର ମନକୁ ମାଁଙ୍କ ପାଖରେ ଅତିବାହିତ କରିବାକୁ ବହୁ ଦୁରଦୁରlନ୍ତରୁ ଆସିଥାନ୍ତି ! କିନ୍ତୁ ବଡ଼ ଦୁଃଖର କଥା ମନ୍ଦିର ବହୁତ ଅବହେଳା ଦେଖିବାକୁ ମିଳିଛି ! ଏକଥା କିନ୍ତୁ ପ୍ରଶାସନ ର ନଜରରେ ଆସୁନି ସ୍ଥାନୀୟ ପ୍ରଶାସନ ଓ ସରକାରୀ କର୍ମଚାରୀ ଆସନ୍ତି ! ତେଲନଦୀ କୂଳରେ ଅବସ୍ଥିତ ଏ ମନ୍ଦିର,ଉମରକୋଟ ଓ ରାଇଘରର ମୁଖ୍ୟ ରାସ୍ତାରେ ଥିବାଯୋଗୁଁ ବହୁତ ଦୂରରୁ ଭକ୍ତ ମାନେ ଗହଳି ଚହଳି କରିଥାନ୍ତି ! ମନ୍ଦିରରେ ଭୋଜି ଭାତର ମଜା ନିଅନ୍ତି l ଏ ବିଷୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ତାରିଣୀ ମାଁ ପୂଜାକମିଟି ଲିଖିତ ଆକାରରେ ଦେଇଥିଲେ, ପରେ ଜିଲ୍ଲାପାଳ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ପଠାଇ ଥିଲେ ମାତ୍ର ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିନି ! ନବରଙ୍ଗପୁର ସାଂସନ୍ଦ ଶ୍ରୀ ବଳଭଦ୍ର ମାଝୀଙ୍କୁ ଗଣମାଧ୍ୟମ ପଚାରିବାରୁ ସେ ପ୍ରତିଶୃତି ଦେଇଛନ୍ତି, ପୂର୍ବରୁ ମଧ୍ୟ ବଳଭଦ୍ର ମାଝୀ ମାଁଙ୍କୁ ଏକ କଠୋରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପାଚିରୀ ନିର୍ମାଣ କରିଥିଲେ ! ଶ୍ରୀ ସୁବାସ ଗଣ୍ଡ ନଳକୂପ ଶହ ଏକ କୋଠରୀ ଦେଇଛନ୍ତି ! ବହୁତ ରାଜନେତା ମାନେ ମାଁଙ୍କ କରୁଣା ପାଇ କିଛି କିଛି ଦାନ କରିଥିଲେ, କିଛି ଶ୍ରଦ୍ଧାଳୁ ମଧ୍ୟ ମାଁଙ୍କୁ ଦାନ କରି ମାଁଙ୍କ ଉନ୍ନତି ହୋଇଛି ! ଭକ୍ତମାନେ ଏଠାରେ ବିବାହ, ବ୍ରତୋପନୟନ ଶହ ନେତାଙ୍କ ସଭା ମଧ୍ୟ ହୁଏ ! ତେଣୁକରି ଏଠାରେ ଏକ କଲ୍ୟାଣମଣ୍ଡପ,ପାଚେରୀ, ଆଲୋକୀକରଣ,ପାର୍କ, ରହିବା ପାଇଁ ସୁଭିଧା ହେଲେ ଏହା ଏକ ଦକ୍ଷିଣ ଓଡିଶାର ଗର୍ବ ଓ ଗୌରବ ହୋଇଥାନ୍ତା ! ଆଦିବାସୀ ଅଞ୍ଚଳ ହୋଇଥିବାରୁ ଆଦିବାସୀଙ୍କ ମନ୍ଦିର ବୋଲି ବିବେଚନା କରାଯାଇଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ