।। ମହିଳାଙ୍କୁ ହାଣିଥିବା ଓ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ଗିରଫ କରାଯିବା ଦାବିରେ ସେଙ୍ଗେଲ'ର ବିକ୍ଷୋଭ ।।

Sep 19, 2024 - 03:02
 0  16
।। ମହିଳାଙ୍କୁ ହାଣିଥିବା ଓ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ଗିରଫ କରାଯିବା ଦାବିରେ ସେଙ୍ଗେଲ'ର ବିକ୍ଷୋଭ ।।

ଜ଼ସେଙ୍ଗେଲ'ର ପ୍ରେସ ଇସ୍ତାହାର, ଝାରପୋଖରୀଆ । କ୍ରିମିନାଲମାନଙ୍କୁ ପ୍ରଶାସନର ସପୋର୍ଟ ଏବଂ ଜଙ୍ଗଲ ରୁଲ୍ ସମର୍ଥନକୁ ବିରୋଧ ଝାରପୋଖରୀଆ,୧୭।୦୯ : ହାଣିଥିବା ଏବଂ ଧର୍ଷଣ କରିଥିବା ଅପରାଧୀଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବିରେ ବାରିପଦା ଜୋନାଲ ସେଙ୍ଗେଲ ସଭାପତି ସହ ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ଝାରପୋଖରୀଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାର୍ଫତରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ମୋହନ ଚରଣ ମାଝୀ ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି ଯେ, ପାକଟିଆ ଗ୍ରାମ ପଞ୍ଚାୟତ ଦିଘି (ମିଲକୁଡିହି) ଗ୍ରାମରେ ଜମିବାଡି ବିବାଦକୁ ନେଇ ସେପ୍ଟେମ୍ବର ୮ (ଆଠ) ତାରିଖରେ ଏକ ସାମାଜିକ ବାସନ୍ଦ ପରିବାରର ମହିଳାଙ୍କୁ କଟୁରୀରେ ହାଣି ଲହୁଲୁହାଣ କରିଥିବା ଅପରାଧୀ ଏବଂ ଜୁଲାଇ ୧୩ (ତେର) ତାରିଖରେ ମୋରଡା ଥାନା ଅଧିନରେ ସାଢେ ଚାରି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଲହୁଲୁହାଣ କରିଥିବା ଅପରାଧୀଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାନଯିବା କ୍ରିମିନାଲ୍ ମାନଙ୍କୁ ପ୍ରଶାସନର ସପୋର୍ଟ ଏବଂ ଜଙ୍ଗଲ ରୁଲକୁ ସମର୍ଥନ କରାଚାଲିଛି । ଏହାକୁ ବିରୋଧରେ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟି ପକ୍ଷରୁ ଗତ ୧୪ ସେପ୍ଟେମ୍ବର ଶନିବାରକୁ ଓଡିଶାର ମାନବ ଅଧିକାରୀ ଆୟୋଗ ଏବଂ ଓଡିଶାର ପୁଲିସ ମହାନିର୍ଦ୍ଦେଶକ ସମେତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜିଲ୍ଲା ପ୍ରଶାସନକୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିବା ସତ୍ତ୍ବେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯିବା ଅତି ନିନ୍ଦନୀୟ ଏବଂ ଲଜ୍ଜାର ବିଷୟ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଛି, ଅବିଳମ୍ବେ ସୁଦୃଢ଼ କରାଯାଇ ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପିଡିତ ମହିଳା ଏବଂ ଶିଶୁକନ୍ୟାକୁ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେ ମୟୂରଭଞ୍ଜ ସହ ଓଡିଶା, ରେଫ୍-ଧର୍ଷଣ-ହତ୍ୟା କାଣ୍ଡରେ ନମ୍ବର ୱାନ୍ ରେକର୍ଡ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଇଛି । ତେଣୁ ଏହିପରି ଅମାନବୀୟ ଅତ୍ୟାଚାର କାର୍ଯ୍ୟରକୁ ଅଣଦେଖା କରୁଥିବା ପ୍ରଶାସନ ଅଧିକାରୀଙ୍କୁ ବହିଷ୍କାର କରାଯିବାକୁ ମଧ୍ୟ ଦାବି କରାଯାଇଛି । ଆନ୍ଦୋଳନରେ ସାରସକଣା ବ୍ଲକ ସେଙ୍ଗେଲ ବିଡିଓ ଶ୍ରୀ ଅନନ୍ତ ଚରଣ ମାର୍ଣ୍ଡି, ବାହାଦୁର ସୋରେନ, ଉପଖଣ୍ଡ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ପ୍ରଦେଶ ଯୁବା ସଭାପତି କଲ୍ୟାଣ ବାସ୍କେ, ହାମ୍ବ୍ରାଇ ମାର୍ଣ୍ଡି, ଗୁନାରାମ ମୁର୍ମୁ, ସେଙ୍ଗେଲ ସଭାପତି ନିରଞ୍ଜନ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ନାରାନ ମୁର୍ମୁ ଓଡିଶା ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ ସେଙ୍ଗେଲ ସଭାପତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ