ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରରେ 'ଆନ୍ତର୍ଜାତୀୟ ଯୋଗଦିବସ' ପାଳିତ

Jun 22, 2025 - 19:51
 0  18
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରରେ 'ଆନ୍ତର୍ଜାତୀୟ ଯୋଗଦିବସ' ପାଳିତ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ,ଯୋଗ ସୁସ୍ଥ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ମନୁଷ୍ୟର ଶରୀର ଓ ମନକୁ ସୁସ୍ଥ ରଖିଥାଏ । କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ପ୍ରମୋଦ କୁମାର ଶତପଥୀ। ବିଶ୍ବବିଦ୍ୟାଳୟର ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଯୋଗାଭ୍ୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ବାମୀ ବିବେକାନନ୍ଦ ଯୋଗ ଓ ରିସର୍ଚ୍ଚ ସେଣ୍ଟର, ବାରିପଦା ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଯୋଗ ବିଭାଗର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀମାନେ ଯୋଗ ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଂଶିକା ବରାଳ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ସୀମାଲତା ସାହୁ ଏବଂ ପୋଷ୍ଟର ପ୍ରସ୍ତୁତିରେ ଅର୍ଜୁନ କୁମାର ବାରିକ, ପ୍ରଜ୍ଞା ପାରମିତା ନାୟକ, ଅଂଶିକା ବରାଳ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରାକୃତିକ ଯୋଗାସନ ପ୍ରତିଯୋଗିତାରେ ମହିଳା ବର୍ଗରେ ଅଂଶିକା ବରାଳ, ରଞ୍ଜନା ସିଂ, ସୁରଭି ମହାନ୍ତ ଏବଂ ପୁରୁଷ ବର୍ଗରେ ଯଥାକ୍ରମେ ଅଭିଷେକ ଦାସ, କିଶୋର ମହାନ୍ତ, ଅନନ୍ତ ବେହେରା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ କୁଳପତିଙ୍କଦ୍ବାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା, ଏବଂ ଡକ୍ଟର ଶିଶିର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ସୁଜାତା ଜେନା, ସାଗର ମନ୍ତ୍ରୀ ଏବଂ କରମଚାନ୍ଦ ବଇଠା କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରଶାସନିକ ଅଧିକାରୀ, ଅଣଶିକ୍ଷକ କର୍ମଚାରୀ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀଙ୍କ ସମେତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ,ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ,ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ସ୍ବେଛାସେବୀମାନେ ଅଂଶଗ୍ରହଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ