ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍,ନୂଆପଡାରେ ସଂସ୍କୃତି ଭବନ ନିର୍ମାଣ ପାଇଁ 14 କୋଟି ଟଙ୍କାର ଅନୁଦାନ ଦେଲେ

Jan 27, 2025 - 18:43
 0  33
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍,ନୂଆପଡାରେ ସଂସ୍କୃତି ଭବନ ନିର୍ମାଣ ପାଇଁ 14 କୋଟି ଟଙ୍କାର ଅନୁଦାନ ଦେଲେ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ସୂର୍ଯ୍ୟବଂଶୀ ସୂରଜ୍, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଯୋଗଦାନ କରିଥିଲେ l ଏହି ଅବସରରେ 14 କୋଟି 30 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲା ଲାଇବ୍ରେରୀ ପରିସରରେ ନିର୍ମିତ ହେବାକୁ ଥିବା ଜିଲ୍ଲା ସଂସ୍କୃତି ଭବନର ଶିଳାନ୍ୟାସ କରିଥିଲେ l ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା କଳାକାର ମାନେ ବିଭିନ୍ନ ଲୋକନୃତ୍ୟ ମାଧ୍ୟମରେ ମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ l ସଭାରେ ଖରୀଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗଦାନ କରିଥିଲେ l ସଭାକୁ ସମ୍ବୋଧନ କରି ମନ୍ତ୍ରୀ କହିଲେଯେ ନୂଆପଡ଼ା ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର l ମାରାଗୁଡ଼ା ସଭ୍ୟତା ର ଭଗ୍ନାବଶେଷ ଏହାର ସମୃଦ୍ଧ ଐତିହ୍ୟର ଗାଥା ଗାଏ l ଜିଲ୍ଲା ରେ କଳା ସଂସ୍କୃତିର ବିକାଶ ପାଇଁ ମୋହନ ସରକାରଙ୍କ ତରଫରୁ ପ୍ରଥମେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲାକୁ ସଂସ୍କୃତି ଭବନ ନିର୍ମାଣ ପାଇଁ 14 କୋଟି 30 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି lଏହି ସଂସ୍କୃତି ଭବନ ତିନି ମହଲା ବିଶିଷ୍ଟ ହେବ l ଏଥିରେ ସଂସ୍କୃତି କାର୍ଯ୍ୟାଳୟ, ସଂଗ୍ରହାଳୟ ଏବଂ ଗୋଟିଏ ଉତ୍ତମ ମାନର ଲାଇବ୍ରେରି ପରିଚାଳିତ ହେବ l ଗ୍ରନ୍ଥାଗାରରେ ବିଭିନ୍ନ ବିଭାଗର ହଜାର ହଜାର ବହି, ଜର୍ଣାଲ, ମାଗାଜିନ୍ ରହିବ l ଇ-ଲାଇବ୍ରେରି ବିଭାଗରେ ଅନେକ କମ୍ପ୍ୟୁଟର ରହିବ l ଜିଲ୍ଲାର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ର ଛାତ୍ରୀ ତଥା ଯୁବା ବର୍ଗ ଏହାଦ୍ବାରା ବିଶେଷ ଉପକୃତ ହେବେ l ସଭାରେ ଜିଲ୍ଲାର ଶହ ଶହ କଳାକାର ଯୋଗଦାନ କରି ମାନ୍ୟବର ମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମାହାର ସଭାର ଆୟୋଜନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ