।। ଭୂଟ୍ରିଗୁଡ଼ାରେ ତାଣ୍ଡବ ରଚିଲା କାଳବୈଶାଖି, ଘରଛାତ ଉପରେ ପଡିଲା ବିଶାଳ ଗଛ ।।

May 27, 2024 - 17:36
 0  100
।।  ଭୂଟ୍ରିଗୁଡ଼ାରେ ତାଣ୍ଡବ ରଚିଲା କାଳବୈଶାଖି, ଘରଛାତ ଉପରେ ପଡିଲା ବିଶାଳ ଗଛ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର ଭୁଟ୍ରିଗୁଡ଼ା ଗ୍ରାମରେ କାଳବୈଶାଖିର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ହଠାତ୍ ଝଡ ତୋଫାନ ଆସି ପହଞ୍ଚିବା ସହିତ କାଳବୈଶାଖି ସହିତ ବର୍ଷାର ପ୍ରଭାବରେ ଗ୍ରାମର ଝିରି ମାଝୀଙ୍କ ଛାତଘର ଉପରେ ଏକ ବିରାଟକାୟ ଗଛ ଉପୁଡି ଯାଇଥିଲା। ଗଛଟି ଝିରିମାଝୀଙ୍କ ଛାତ ଉପରେ ପଡିଯିବାରୁ ଛାତ ଓ କାନ୍ଥ ଭାଙ୍ଗି ପଡିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ସୂଚନା ହସ୍ତଗତ ହୋଇଛି। ଫଳରେ ଘରର ଆସବାବପତ୍ର ସହିତ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଥିବାର ଜଣା ପଡ଼ିଛି । ଏନେଇ ଗୋପାଳପୁର ଗ୍ରାମପଞ୍ଚାୟତ ବିଜେପି ଦଳର ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ଡମ୍ବରୁଧର ମହାରଣା ସୂଚନା ଦେଇଛନ୍ତି।ପ୍ରଶାସନ କ୍ଷତିଗ୍ରସ୍ତ ଗରିବ ଲୋକଙ୍କୁ ତୁରନ୍ତ କ୍ଷତି ପୂରଣ ଓ ଆର୍ଥିକ ସହାୟତା ଯୋଗାଇବାକୁ ଦାବୀ ହେଉଛି।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ