।। ଭୁଲ ଇଞ୍ଜେକ୍ସନରେ ମହିଳା ଜଣକର ମୃତ୍ୟୁ ।।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଖାଲିଆକାନି ମେଡ଼ିସିନ ଦୋକାନ ମାଲିକ ଯାଦବ ପାତ୍ରଙ୍କ ତିନୋଟି ଇଞ୍ଜେକ୍ସନରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଧିଙ୍ଗିଆମୁଣ୍ଡା ଗ୍ରାମର ବୀଣା ମାଝୀ (୪୦) ବୋଲି ଜଣାପଡିଛି । ଉକ୍ତ ମହିଳା ଜଣକ ତାଙ୍କର ସ୍ୱାମୀ ଗୁଡୁ ମାଝୀଙ୍କ ସହ ଗୋଳାମୁଣ୍ଡା ବ୍ଲକ ନିକଟସ୍ଥ ଗୋଇନ୍ଦିମୁଣ୍ଡା ଗ୍ରାମକୁ ବାହା ଭୋଜି ଖାଇବାକୁ ଆସୁଥିଲେ । ତାଙ୍କର ଅଣ୍ଟା ଦରଦ ବେଶୀ ହେବାରୁ ଖାଲିଆକାନି ମେଡ଼ିସିନ ଦୋକାନ ମାଲିକ ଯାଦବ ପାତ୍ରଙ୍କୁ ଦେଖାଇଥିଲେ । ଶ୍ରୀ ପାତ୍ର ତିନୋଟି ଇଞ୍ଜେକ୍ସନ ଦେବା କ୍ଷଣି ଅଧିକ ବାନ୍ତି ହୋଇ ଗୁରୁତର ହୋଇଥିଲେ । ଅଧିକ ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ମୃତକ ଭାଇ ଯୁଗଳ ମାଝୀ ପ୍ରକାଶ କରିଛନ୍ତି । ମୃତ୍ୟୁ ପରେ ଶବଟିକୁ ଆଣି ଗୋଳାମୁଣ୍ଡା ଥାନାରେ ଗୁଡୁ ମାଝୀ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଗୋଳାମୁଣ୍ଡା ଥାନା ୫୮/୨୪ ରେ ଏକ କେଶ ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






