।। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଶିବିର ।।

Jan 25, 2024 - 20:26
 0  8
।। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଶିବିର ।।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର କମ୍ୟୁନିଟି ହାଲ ମୁନିଗୁଡ଼ା ଠାରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମୁନିଗୁଡା ପଞ୍ଚାୟତ ସମିତି ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁନିଗୁଡା ଗୋଷ୍ଠୀ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ମୁନିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁନିଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଡାଳିମ୍ବ ନାୟକ, ଡିଏସଏସଓ ରାୟଗଡ଼ା ସୀମାଞ୍ଚଳ ମହାପାତ୍ର, ରାୟଗଡ଼ା ଭିନ୍ନକ୍ଷମ ମାହାସଂଘ ସଂପାଦକ ଅମରେନ୍ଦ୍ର ନାଥ, ଓ ସଭାପତି ଶିଶିର ରାହୁଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିବିରରେ ସର୍ବ ମୋଟ ୧୨୦ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିବା ବେଳେ ଭିନ୍ନକ୍ଷମ ମାନଙ୍କ ରୋଗ ଚିହ୍ନଟ କରିବା ଓ ପ୍ରମାଣ ପତ୍ର ଯୋଗାଇ ଦେବା ସହ ଦୁଇ ଜଣଙ୍କୁ ସିପି ଚେୟାର, ଜଣଙ୍କୁ ହୁଇଲ ଚେୟାର ଓ ଅନ୍ୟ ଜଣଙ୍କୁ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଥିଲା।ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ପ୍ରମାଣ ପତ୍ର ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୁନିଗୁଡା ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଜୁନିୟର ଆସିଷ୍ଟାଣ୍ଟ କଳ୍ପନା ସାହୁ ପରିଚାଳନା କରିଥିବା ବେଳେ ସାମାଜିକ ସୁରକ୍ଷା ବିଭାଗର ପୋଗ୍ରାମ ଆସିଷ୍ଟାଣ୍ଟ ସୁରଜ କୁମାର ମଲ୍ଲିକ ସମ୍ପୂର୍ଣ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ