ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ

Aug 31, 2024 - 19:10
 0  27
ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ, ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ

ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଟାଉନ ଥାନାର ଏକ ମାମଲାରେ ସମ୍ପୃକ୍ତଙ୍କ ନାମ କାଟିବା ପାଇଁ ଶନିବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି। ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ରହିଥିଲା। ଉକ୍ତ ଅଭିଯୋଗର ତଦନ୍ତକାରି ଅଫିସର ଭାବେ ରାମଚନ୍ଦ୍ର ସୋରେନ ରହିଥିଲେ। ତେବେ ସେଥରୁ ତାଙ୍କର ନାମ କାଟିବା ପାଇଁ ଏଏସଆଇ ଶ୍ରୀ ସୋରେନ ଲାଞ୍ଚ ମାଗିଥିଲେ। ଏ ନେଇ ସେ ଅସହାୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ବାରିପଦା ଭିଜିଲାନ୍ସ ବିଭାଗ ପୂର୍ବ ଯୋଜନା ମୁତାବକ ବାରିପଦା ଟାଉନ ଥାନା ପରିସରରେ ୬ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଧରିଛି। ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି। ଏଥିପରେ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ