।। ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଚନ୍ଦ୍ରପୁରୁ ବ୍ଲକ ତହସିଲଦାର ।।

Jul 6, 2024 - 12:25
 0  150
।। ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଚନ୍ଦ୍ରପୁରୁ ବ୍ଲକ ତହସିଲଦାର ।।

ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ତହସିଲଦାର ବିଚିତ୍ରା ନନ୍ଦ ନାୟକ। ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ନେଇଥିଲେ। ରାୟଗଡା ଜିଲ୍ଲା ରେ ରାଜସ୍ୱ ବିଭାଗର ବୈଠକ ଥିବା ସମୟରେ ,ସେ ଚନ୍ଦ୍ରପୁରୁ ରୁ ଏହି ବୈଠକ ରେ ଯୋଗ ଦେବା ନିମନ୍ତେ ଆସୁଥିଲେ, ଏବଂ ଏହି ସମୟରେ ବିଶ୍ୱସ୍ତ୍ ସୁତ୍ର ରୁ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରୁଥିବା ବେଳେ ସେ ବିଭାଗୀୟ କର୍ମଚାରୀ ଙ୍କ ଉପରକୁ ଗାଡି ଛଡାଇବା ନିମନ୍ତେ ମଧ୍ୟ ଉଦ୍ୟମ କରିଥିଲେ,, ଏବଂ ଡlଙ୍ଗସୋରଡା ଗାଁ ନିକଟରେ ଟଙ୍କା ଫିଙ୍ଗି ଦେଇଥିଲେ, ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ପିଛା କରି ଜିଲ୍ଲାପାଳଙ୍କ ବୈଠକ କକ୍ଷରୁ ଗିରଫ କରି ଆଣିଥିଲେ।ବର୍ତ୍ତମାନ ତାଙ୍କ ନିଜ ଘର ଢେଙ୍କାନାଳ ରେ ମଧ୍ୟ ଟିମ ଆଜି ଚଢ଼ାଉ କରିବାର ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଶୌଚାଳୟ ରୁ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପ୍ରାୟ ଏକ ଲକ୍ଷ 15 ହଜାରରୁ ଉର୍ଦ୍ଧ ଟଂକା ଜବତ୍ କରାଯାଇଛି। 300 ଗରିବ ଲୋକଙ୍କୁ ଘର ବାରି ପଟ୍ଟା କରିଦେବା ନେଇ 18ଲକ୍ଷ ଟଙ୍କା ଲାଞ୍ଚ ର deal ହୋଇଥିଲା । ଆଜି ସେ advance ଆକାରରେ 1ଲକ୍ଷ15 ଟଙ୍କା ନେଇଥିଲେ। ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲେ । ଏଥିପୂର୍ବରୁ 2022 ମସିହା ରେ ସେ ବାରଙ୍ଗ ରେ ମଧ୍ୟ ଭିଜିଲାନସ୍ ଦ୍ଵାରା ଧରା ପଡ଼ିଥିଲେ ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ