।। ବେଦାନ୍ତ ବିସ୍ଥାପିତ ମହିଳା ଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ ।।

Dec 8, 2023 - 15:59
 0  148
।। ବେଦାନ୍ତ ବିସ୍ଥାପିତ ମହିଳା ଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ ।।

ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ବାର ଜଣ ବିଧବା ମହିଳାଙ୍କ ଅହୋରାତ୍ର ଧାରଣା ଜାରି ରହିଛି ଆଜି ଉକ୍ତ ଆନ୍ଦୋଳନ ଚତୁର୍ଥ ଦିନରେ ପହଁଞ୍ଚିଥିବା ଜଣାଯାଇଛି. ତାଙ୍କ ସ୍ୱାମୀମାନେ ବିଗତ ଦିନରେ ବେଦାନ୍ତ କମ୍ପାନୀ ରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିଥିଲେ, ହେଲେ ସ୍ୱାମୀ ମାନଙ୍କ ମୃତ୍ୟୁ ପରେ ଏହି ବାର ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି. ତାଙ୍କ ସ୍ୱାମୀ ମାନଙ୍କ ଚାକିରୀ ସେମାନଙ୍କୁ ଦେବାପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି. ଏପଟେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ 12 ମହିଲା ଧାରଣା ଦେଉଥିବା ବେଳେ ଆଜି ବେଦାନ୍ତ ବିସ୍ଥାପିତ କଲୋନୀର ସମସ୍ତ ମହିଳା ବେଦାନ୍ତ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇ ଛନ୍ତି,ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରିପାରୁ ନାହାନ୍ତି. ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ନ ଥିବାବେଳେ. ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ