।। ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା, ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ ।।

Feb 14, 2024 - 18:16
 0  11
।। ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା, ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ ।।

ମୁନିଗୁଡା -13.2.024 ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗତକାଲି ୫ଜଣ ଗଞ୍ଜେଇ ଚାଲାଣ କାରିଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଵେଳେ ଆଜି ୧୬୪କେଜି ୩୮୦ଗ୍ରାମ ତମ୍ବା ତାର ଜଵତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଈସି ଶ୍ରୀମତୀ ଶୌଦାମିନି ଵେହେରା ସୂଚନା ଦେଇଛନ୍ତି। ଵିବରଣୀରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ମୁନିଗୁଡା, ଅମ୍ଵାଦଳା, ଲାଞ୍ଜିଗଡ ଅଞ୍ଚଳର ଯୁବକ ଲାଞ୍ଜିଗଡସ୍ଥିତ ଵେଦାନ୍ତ କମ୍ପାନୀର ଦାମି ତମ୍ବା ତାର ଚୋରି କରି ବାଇକ୍ ଯୋଗେ ମୁନିଗୁଡାରେ ବିକ୍ରି ପାଇଁ ଆସୁଥିଲେ, କୌଣସି ପ୍ରକାର ଖବର ପାଇ ମୁନିଗୁଡା ପୋଲିସ ଟିମ୍ ଝାମରାଗୁଡା ରେଳ ବିଭାଗ ର ଏଲ୍ ସି ଗେଟ ନିକଟରେ ଏହି ତମ୍ବା ତାର ଦୁଇ ବସ୍ତା , ଦୁଇଟି ବାଇକ୍ ସମେତ ୪ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଥାନା କେଶନଂ 31/024ଓ ଦଫା379/34ଆଇପିସି ପ୍ରକାରେ ଅଭିଯୁକ୍ତ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ତଦନ୍ତ ଜାରିରଖି ଏହି ରାକେଟର ଚେର ଖୋଲିବାକୁ ଆଇଆଇସି ଶ୍ରୀମତୀ ଶୌଦାମିନି ଵେହେରା ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛନ୍ତି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ