ବିଶ୍ୱ ରକ୍ତଦାତା ଦିବସରେ ସୋମନାଥ ଓ ଅମର ସମ୍ବର୍ଦ୍ଧିତ

Jun 21, 2025 - 16:27
 0  11
ବିଶ୍ୱ ରକ୍ତଦାତା ଦିବସରେ ସୋମନାଥ ଓ ଅମର ସମ୍ବର୍ଦ୍ଧିତ

ବାରିପଦା - ତା :- ୧୫/୦୬/୨୦୨୫ ରିଖ ନିଜ ଓ ନିଜ ପରିବାର ସହିତ ସମାଜ ପାଇଁ ବଂଚୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ବାରିପଦା ତଥା ମୟୁରଭଞ୍ଜ ର ଦୁଇ ପରିଚିତ ଚେହେରା ସୋମନାଥ ସିଂହ ଓ ଅମର କୁମାର ସେଠି I ଦୀର୍ଘ ୩ ଦଶନ୍ଧିରୁ ଉଭୟେ କ୍ରିକେଟ ଖେଳାଳି ଥିଲେ I ଭଂଜପୁର ଅଂଚଳର ଦୁଇ ବନ୍ଧୁ କ୍ରିକେଟ ପଡିଆରୁ ଚିନ୍ତା କରିଥିଲେ ରକ୍ତଦାନ କରିବା ପାଇଁ I ନିଜେ ରକ୍ତଦାନ କରିବା ସହ ଅନ୍ୟ ମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରୁଥିଲେ I ତାପରେ ରକ୍ତଦାନ ଶିବିର ଆୟୋଜନ କରିବା ଆରମ୍ଭ କରିଥିଲେ I ଉଭୟେ ଏପର୍ଯ୍ୟନ୍ତ ରକ୍ତଦାନ କରିଚାଲିଛନ୍ତି I ଉଭୟେ ଅଦ୍ୟାବଧି ୫୦ ଥରରୁ ଅଧିକ ରକ୍ତଦାନ କରି ପରୋକ୍ଷରେ ଅନେକ ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ଏହା ଦ୍ୱାରା ଜଣେ ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ନିଜେ ସୁସ୍ଥ ରହିପାରିବ ସୋମନାଥ ସିଂହ ପୂର୍ଣ୍ଣଚନ୍ଦ୍ର ପୁର ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦାୟିତ୍ୱରେ ଥାଇ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ଙ୍କ ବିକାଶ ସମୟ ଦେଉଥିବା ବେଳେ ଅମର କୁମାର ସେଠି ଶତାଧିକ ରକ୍ତଦାନ ଶିବିର ଆୟୋଜନ କରି ବହୁବାର ସମ୍ମାନିତ ହୋଇଛନ୍ତି I ଓଡ଼ିଶା ରକ୍ତ ଭଣ୍ଡାର, ବାରିପଦା ଆନୁକୂଲ୍ୟରେ ଆୟୋଜିତ "ବିଶ୍ୱ ରକ୍ତଦାତା ଦିବସ" ପାଳନ ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି I ସୁସ୍ଥଥିବା ପର୍ଯ୍ୟନ୍ତ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ନିଜକୁ ସମାଜସେବାରେ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି I ବାରିପଦା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ୍ୟ କରି ଯୁବ ସମାଜକୁ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ସାମିଲ ହେବା ପାଇଁ ଉଭୟେ ଆହ୍ୱାନ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ