।। ବିଶେଷ ମତଦାତା ସଂଶୋଧନ ସଚେତନତା ପାଇଁ 29 ତାରିଖରେ ନୂଆପଡ଼ା ରେ ପଥଉତ୍ସବ ଓ ୱାକାଥନ ଅନୁଷ୍ଠିତ ହେବ ।।

ନୂଆପଡ଼ା : ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଆସନ୍ତା 29 ତାରିଖରେ ଭୋଟର ସଚେତନତା ଏବଂ ବିଶେଷ ମତଦାତା ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠତ ହୋଇଯାଇଛି l ଏହି ଉପଲକ୍ଷେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାଜ ରାସ୍ତାରେ ପଥପ୍ରାନ୍ତ ସଭା, ପଥଉତ୍ସବ ଓ ୱାକାଥନ ଅନୁଷ୍ଠିତ ହେବ l ଏଥିରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଅନୁଷ୍ଠାନ, ସ୍ୱେଚ୍ଛା ସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ନୂତନ ଭୋଟର୍ , ଜନସାଧାରଣ ଯୋଗଦେବେ l ସକାଳ 7.30 ରୁ 8.30ମଧ୍ୟରେ ୱାକାଥନ୍ ହେବ l ସଭାରେ ଜିଲ୍ଳାର ସମ୍ମାନିତ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ମିତା ଦିଦି, ବୁଥ ସ୍ତରୀୟ ଅଧିକାରୀ, ସାବାଳକ ,ଏନ୍ ଏସ୍ଏସ୍, ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଯୋଗଦେବେ l ପଥ ଉପରେ ନୃତ୍ୟ ,ସଙ୍ଗୀତ, ବାଦ୍ୟ,ରଙ୍ଗୋଲି ,ହୁଳହୁଳି, ଚିତ୍ରାଙ୍କନ, ସାମରିକ କୌଶଳ, ଯୋଗ, କରାଟେ ,କ୍ଷୁଦ୍ର ନାଟିକା, ପୁଚିଖେଳ , ମ୍ୟୁଜିକ୍ ଚେୟାର ଇତ୍ୟାଦି ପ୍ରଦର୍ଶିତ ହେବ l ଏହି ପ୍ରସ୍ତୁତି ବୈଠକରେ ଡେପୁଟି କଲେକ୍ଟର ଇଲେକ୍ସନ ଶେଖ୍ ନସିମ୍ ପ୍ରସ୍ତାବ ପାଠ କରିଥିଲେ l ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସମସ୍ତ ବିଡ଼ିଓ, ତହସିଲଦାର, ଆର୍ଟିଓ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ lଏହି ଉତ୍ସବରେ ଅଧିକରୁ ଅଧିକ ଜନସାଧାରଣ ତଥା ନୂତନ ମତଦାତା ଯୋଗଦାନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






