ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ତକତପୁର ୩୨ ତମ ବାର୍ଷିକ

Dec 19, 2025 - 17:57
 0  45
ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ତକତପୁର ୩୨ ତମ ବାର୍ଷିକ

ବାରିପଦା:-ତା:-୧୯/୧୨/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା )ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ତକତପୁର ୩୨ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟି ର ସଭାପତି ଡ଼ା. ଆଦିତ୍ୟ କୁମାର ପଣ୍ଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଇଥିଲା। ମୁଖ୍ୟ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡ଼ା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାର ରାସ୍ତା ଓ ଉପାୟ ସଂପର୍କରେ ସାର ଗର୍ଭକ ଅଭିଭାଷଣ ଦେଇଥିଲେ।ବାରିପଦା ପୌର ପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ବିଶେଷ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠୀ ଯୋଗ ଦେଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ସହିତ ସମାଜରେ ଅବହେଳିତ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷକ ପ୍ରତିନିଧି ରବି ନାରାୟଣ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଜୟନ୍ତ କୁମାର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ସର୍ବ ଗୁଣ ସମ୍ପନ୍ନ ଛାତ୍ରୀ ଭାବେ ଅଞ୍ଜଳି ସୋରେନଙ୍କୁ ସମ୍ମାନିତ କରାଯାଇଥିଲା ।ସେହିପରି ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପୁରୁଷୋତ୍ତମ ଦାଶ ଓ ତାଙ୍କ ପତ୍ନୀ ସୁବାଷିନୀ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ତରଫରୁ ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ଦିବ୍ୟଜ୍ୟୋତ୍ସ୍ନା ରାଉତଙ୍କୁ ଏକ ରାନାର ଟ୍ରଫି ସହିତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଗତ ମ୍ୟାଟ୍ରିକ ପରୀକ୍ଷାରେ ରାଜ୍ୟ ସ୍ତରୀୟ , ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଟପ୍ପର ତାଲିକାରେ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। କାର୍ଯ୍ୟକ୍ରମ ରେ ପରିଚାଳନା ସମିତିର ସଦସ୍ୟ ସରୋଜ କୁମାର ଦାସ, ଉପେନ୍ଦ୍ର ସାମଲ ଏବଂ ଡ଼ା ଭାଗବତ ମହାନ୍ତ ସହଯୋଗ କରିଥଲେ। ଶେଷରେ ବରିଷ୍ଠ ଗୁରୁଜୀ ମୁକ୍ତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ