।। ବିଜେଡି କର୍ମୀ କାର୍ଯ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ରେ 15 ହଜାର ରୁ ଉର୍ଦ୍ଧ ଜନତାଙ୍କ ସମାବେଶ ।।

Oct 15, 2023 - 09:55
 0  7
।। ବିଜେଡି କର୍ମୀ କାର୍ଯ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ରେ 15 ହଜାର ରୁ ଉର୍ଦ୍ଧ ଜନତାଙ୍କ ସମାବେଶ ।।

ଆଜି ତା-୧୪/୧୦/୨୦୨୩ ଦିନ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାର ନେତୃତ୍ୱ ବିଜେଡିର ବରିଷ୍ଟ ସଂଗଠକ Yalla Konda Babu ଏବଂ ସ୍ଥାନୀୟ ବିଧାୟକ Makaranda Muduli ଙ୍କ ଦ୍ବାରା ହୋଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ପ୍ରାୟ ୧୫୦୦୦ ରୁ ଉର୍ଦ୍ଧ୍ବ ବିଜୁ କର୍ମୀ ଯୋଗଦେଇଥିଲେ । ଯାହାକି ରାୟଗଡା ବିଜେଡି ଇତିହାସ ରେ ଅବିଶ୍ୱସନିୟ ଏହି ଶୋଭା ଯାତ୍ରା ସ୍ଥାନୀୟ ନୁଆ Bus Stand ବିଜୁ ପଟ୍ଟନାୟକଙ୍କ statue ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇ କପିଳାସ ଛକ , ବ୍ଲକ୍ ଛକ,ଅଶୋକ Hall, ରାୟଗଡା କଲେଜ ରାସ୍ତା ଦେଇ ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ଏବଂ ସେଠାରେ ଏକ ମଞ୍ଚ ମାଧ୍ୟମରେ ବିଜୁ କର୍ମୀ, ମାନ୍ୟବର ବିଧାୟକ ରାୟଗଡା ଶ୍ରୀ ଯୁକ୍ତ Makaranda Muduli, ବରିଷ୍ଟ ସଂଗଠକ ଶ୍ରୀ ଯୁକ୍ତ Yalla Konda Babu, Kasi Naidu, P.Gouri, chakra Bidika, ମାଧବ ରାଓ କଣ୍ଡଗୋରି, Dhabaleshwar Naidu, Braja Sudar Nayak, Nila Gantayat, Biroja Patra, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଦେଭଗିରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବିଜୁ କାର୍ମି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ମଞ୍ଚରେ ସର୍ବ ସମ୍ମତି କ୍ରମେ ୨୦୨୪ ନିର୍ବାଚନରେ ବିଜେଡି କୁ ବିପୁଳ ଭୋଟରେ ବିଜୟ କରି ଜିଲ୍ଲାର ୩ଟି MP ଙ୍କୁ ଜିତାଇବା ପାଇଁ ସଂକଳ୍ପ ନିଆଯାଇଥିଲା। ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଶ୍ରେଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାପାଇଁ ଦୃଢ଼ ଭାବରେ ପ୍ରତିଜ୍ଞା କରଯାଇଥିଲା। ଏହି ମଞ୍ଚରେ ସମସ୍ତ ନେତ୍ରୁ ବୃନ୍ଦ ଓ କର୍ମୀ ଓଡ଼ିଶା ସରକାରଙ୍କର, ନବୀନ ପଟ୍ଟନାୟକଙ୍କର ସମସ୍ତ ଲୋକା ଅଭିମୁଖି କାର୍ଯ୍ୟକ୍ରମ ଗୁଡ଼ିକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ। ଏଥିରେ ନିଜ ବକ୍ତବ୍ୟ ରେ ବରିଷ୍ଟ ସଂଗଠକ ଶ୍ରୀ ଯୁକ୍ତ Yalla Konda Babu ମୋର ପ୍ରତିଟି ନିଃଶ୍ୱାସ ବିଜୁ କର୍ମୀ ଓ ରାୟଗଡାର ଜନତାଙ୍କ ପାଇଁ ସମର୍ପିତ ଓ ମୁଁ ବଂଚିଥିବା ପର୍ଯ୍ୟନ୍ତ ମୁଁ ରାୟଗଡା ବାସୀଙ୍କୁ ସେବା କରିବି ବୋଲି ସର୍ବ ସମୁଖ ରେ କହିଥିଲେ। ଏହି ବିଜୁ କର୍ମୀ କାର୍ଯ୍ୟାଳୟ, କର୍ମୀ ଙ୍କ ସୁଖ ଦୁଃଖର ସାଥି ଏବଂ ପ୍ରତିଟି ମୁହୂର୍ତ୍ତରେ କର୍ମୀ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ। ଏହି ବିଶାଳ ଶୋଭାଯାତ୍ରାରେ ଛାତ୍ର ମହିଳା ଯୁବ ସମସ୍ତ କର୍ମୀ ଓ ପଦାଧିକାରୀ ଯୋଗଦାନ କରିଥିଲେ।

ରାୟଗଡାରୁ ଜଗନ୍ନାଥ ଖୋସଲା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ