।। ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।।

Mar 22, 2024 - 20:45
 0  20
।। ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।।

ନୂଆପଡା : ନିର୍ବାଚନ ପୂର୍ବରୁ ନୂଆପଡ଼ା ରାଜନୀତି ସରଗରମ ଲାଗିରହିଥିବାବେଳେ ଶାସକ ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶିବିର ଓ ତାଙ୍କ ବିରୋଧିଙ୍କ ମଧ୍ୟରେ ଅରୋପ ପ୍ରତ୍ୟାରୋପକୁ ନେଇ ରାଜନୀତି ସରଗରମ ହୋଇ ଉଠିଥିବାବେଳେ ଆଜି ଖରିଆର ରୋଡ ସ୍ଥିତ ଶଙ୍କର ମନ୍ଦିର ଠାରୁ ଜ଼ିଲ୍ଲା ବିଜୁ ଜନତା ଦଳ ତରଫରୁ ଦଳର ହଜାର ହଜାର କର୍ମୀ ବିଧାୟକ ଢୋଲକିଆଙ୍କ ସମର୍ଥନରେ ଖରିଆର ରୋଡ ଠାରୁ ବାହାରି ନୂଆପଡ଼ା ପୋଲିସ ପଡିଆ ଠାରେ ଜିଲ୍ଲା ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ରାଜେଶ ନିଗମଙ୍କ ପୌରହିତ୍ୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଅବନୀ ରଞ୍ଜନ ଯୋଶୀଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀରେ ଦଳ ଏକ ଦଳ ନୁହେଁ ବରଂ ଏହା ଏକ ସାମାଜିକ ବିପ୍ଳବ ବୋଲି କହିବା ସହ ଏଠାରେ ପ୍ରତିଯୋଗିତାର ସ୍ଥାନ ନାହିଁ । ଏହାର ନେତା ଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି କହିଥିଲେ । ସାମ୍ବିଧାନିକ ଦଳ ହୋଇଥବାରୁ କିଛି ନୀତି ନିୟମ ରହିଛି । ଦଳର କୌଣସି ନେତାଙ୍କ ବିରୋଧରେ ଦଳ ଶୀର୍ଷ ନେତୃତ୍ୱଙ୍କ ନିକଟରେ ଫେରାଦ ହେବା କଥା କିନ୍ତୁ ସାମ୍ବାଦିକ ସମ୍ମିଳନୀ କରି ଦଳର ହଜାର ହଜାର କର୍ମୀଙ୍କ ଭାବାବେଗକୁ ଆହତ କରିଥିବା କହିଥିଲେ । କର୍ମୀ ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମୀ ମାନେ ଯୋଗ ଦେଇ ମନ୍ତ୍ରୀ ଢୋଲକିଆଙ୍କୁ ଟିକଟ ଦାବୀ କରିଥିଲେ ଏବଂ ବଦନାମ କରୁଥିବା ବିଶୃଙ୍ଖଳିତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ l ଉକ୍ତ ସମ୍ମିଳନୀରେ ଜିଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ଉପସଭାପତି ଧନିରାମ ସାହୁ, ସଞ୍ଜୟ ପ୍ରଧାନ, ଛାତ୍ର ସଭାପତି ଅମିତ ସିଂଦେଓ, ମହିଳା ସଭାନେତ୍ରୀ ସରସ୍ଵତୀ ବାଗ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ନୂଆପଡ଼ା ବ୍ଲକ ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, କୋମନା ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜିଲା ପରିଷଦ ସଦସ୍ୟ ମୂରଲୀ ଭୋଇ, ନୂଆପଡ଼ା ବ୍ଲକ ସଭାପତି ରାମାକାନ୍ତ ଠାକୁର, କୋମନା ବ୍ଲକ ସଭାପତି କ୍ଷମା ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ