ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା, ଟ୍ରକ ଡ୍ରାଇଭର ମୃତ

May 28, 2024 - 19:26
 0  11
ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା, ଟ୍ରକ ଡ୍ରାଇଭର ମୃତ

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ । ସେଥି ମଧ୍ୟରୁ ଗୋଟିଏ ଟ୍ରକ ନିଜ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ଧକା ଦେବା ଫଳରେ ଉକ୍ତ ଦୁର୍ଘଟଣାଟି ଘଟିଥିବା ଜଣାପଡିଛି l ଚାଳକ ଘଟଣା ଘଟି ଥିବା ଗାଡ଼ି ଭିତରେ ହିଁ ଚାପି ହୋଇ ମୃତୁ ହୋଇଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଇଛନ୍ତି ରାଇଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ ବୋଳି ଜଣା ପଡିଛି। ଉକ୍ତ ଘଟଣା ର ଖବରପାଇବା ମାତ୍ରେ ବୋଡ଼େନ ଅଗ୍ନିସମ ବିଭାଗ ଓ ବୋଡେ଼ନ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସବ ଉଦ୍ଧାର ପୂର୍ବକ ବୋଡେ଼ନ ଡାକ୍ତର ଖାନାକୁ ସବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ