ବାହୁଡିଲେ ମହାବାହୁ

Jul 25, 2026 - 06:08
 0  47
ବାହୁଡିଲେ ମହାବାହୁ

କୋଲାବିରା, ୨୪ ।୭ (ଫାଷ୍ଟ ନ୍ୟୁଜ ଓଡିଶା): ସରିଲା ଜନ୍ମ ବେଦୀରେ ଲୀଲା । ମନ୍ଦିର ବାହୁତିଲେ ଚତୁର୍ଦ୍ଧା ମୁରତି । ଜନ୍ମ ବେଦୀରେ ରହିବା ପରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣି ଶୁଭଦ୍ରାଙ୍କୁ ସାଙ୍ଗରେ ଧରି ବାହୁତିଛନ୍ତି ମହାବାହୁ । ଆଷାଢ ଶୁକ୍ଳପକ୍ଷ ଏକାଦଶି ଶୁକ୍ରବାର ରଥାରଢ ହୋଇ ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିର ଅଭିମୁଖେ ବାହୁତିଛନ୍ତି । ନବମୀ ଶୁକ୍ରବାର ପ୍ରଭୁ ଶ୍ରୀ ଦଧବାମନଙ୍କ ପ୍ରିୟ ଭୋଗ ପୋଡପିଠା ଲାଗି କରାଯାଇଥିଲା । ନିଜ ମାଉସି ମାଙ୍କ ଠାରୁ ହାତ ତିଆରି ପିଠା ଖାଇବା ପାଇଁ ପ୍ରଭୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଏହି ଅବସରରେ ମାଉସିମାଙ୍କ ହାତ ତିଆରି ପୋଡପିଠା ଲାଗି କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ତେବେ ଅନ୍ୟ ସ୍ଥାନ ଅପେକ୍ଷା କୋଲାବିରା ଠାରେ ତିଆରି ହେଉଥିବା ପୋଡପିଠା ସ୍ଵତନ୍ତ୍ର । ଏହା ଅଟା,ଗୁଡ଼,ଘିଅ, ଚାରମଞ୍ଜି, କାଜୁ, କିସମିସ,ଗୋଲମରିଚ,ଲବଙ୍ଗ,ଇଲାବୁ,ତେଜପତ୍ର,ନଡିଆ ଓ ଚିନିରେ ତିଆରି ହୋଇଥାଏ । ନବମୀ ଅବସରରେ ପ୍ରଭୁଙ୍କୁ ଏହି ସ୍ବତନ୍ତ୍ର ଭୋଗ ଲାଗି କରିବା ପରେ ଭକ୍ତମାନେ ପ୍ରସାଦ ପାଇଥିଲେ । ଶୁକ୍ରବାର ସକାଳେ ମହାପ୍ରଭୁଙ୍କ ପହରଭଙ୍ଗ,ଦ୍ଵାରଫିଟା, ନୀତି ଓ ସକାଳଧୂପ ଆଦି ସରିବା ପରେ ଦିନ ପ୍ରାୟ ୧୧ଟା ସମୟରେ ବେଶ କରାଯାଇଥିଲା । ଏହାପରେ ଅପରାହ୍ନରେ ପ୍ରଭୂ ପହଣ୍ଡି ହୋଇ ରଥାରଢ ହେବା ସହିତ ଶ୍ରୀମନ୍ଦିର ଅଭିମୂଖେ ଯାତ୍ରା କରିଥିଲେ ଆଡପ ମଣ୍ଡପ ବିଜେ କରିବା ପରେ ୯ଦିନ ଧରି ଲୀଳା କରିବା ପରେ ମାଉସୀ ମାଁ ଘରେ ଥିବା ତିନିଠାକୁର ବାହୁଡାଯାତ୍ରାରେ ନିଜ ମନ୍ଦିରୁ ଫେରିଆସିଛନ୍ତି । ଭକ୍ତମାନେ ରଥକୁ ଟାଣିଟାଣି ନେଇ ଜଗନ୍ନାଥ ମନ୍ଦିରକୁ ନେଇ ପହଂଚିଥିଲେ । ବିଗତ ୯ଦିନ ଧରି ମାଉସୀ ମା ମନ୍ଦିରରେ ତିନି ଠାକୁର ଥିବା ବେଲେ ପ୍ରତିଦିନ ଖେଚୁଡି ଭୋଗ, ମଧ୍ୟାନ୍ନରେ ଅନ୍ନଭୋଗ, ଅପରାହ୍ନରେ ପୋଚପିଠା ଏବଂ ସଂଧ୍ୟା ଆରତୀ ପରେ ଭୋଗ ଲଗାଯାଉଥିଲା । ପ୍ରତିଦିନ ସଂଧ୍ୟାରେ ଆରତୀ,ଭଜନ,କିର୍ତନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜମିଦାର ବୀର ଅମରେନ୍ଦ୍ର ପ୍ରତାପା ସିହଂ ଆଜ୍ଞାମାଳ ପାଇବା ପରେ ଛେରାପହଁରା କରି ପହଣ୍ଡିବିଜେ ହୋଇଥିଲା । ତତ୍ ପଶ୍ଚାତ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା ।

ଠାକୁରେ ପହଣ୍ଡିହୋଇ ରଥରେ ବିଜେ କରିବା ପରେ ଶ୍ରଦ୍ଧାଳୁଗଣ ସେମାନଙ୍କୁ ଟାଣି ଟାଣି ସିଂହଦ୍ବାର ପାଖକୁ ଆଣିଥିଲେ । ଏହି ଅବସରରେ ଅନେକେ ପରମ୍ପରାଗତ ଭାବରେ ଶିଶୁଙ୍କୁ ରଥ ଛୁଆଁଇଥିଲେ । ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏଇ ଅବସରରେ ସାମିଲ ହୋଇଥିଲେ । ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଲା ସହିତ ଗ୍ରାମବାସୀ ତଥା ଜଗନ୍ନାଥ ମନ୍ଦିର କମିଟିର କର୍ମକର୍ତାମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରେଇଥିଲେ ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୂଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା । କୋଲାବିରା ଭାରପ୍ରାପ୍ତ ଥାନାଅଧିକାରୀ ଉପନିରୀକ୍ଷକ ସନ୍ତୋଷ ପ୍ରଧାନ,କୃଷ୍ଣ ହେହରୀଙ୍କ ସହ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ ସମସ୍ୟା ଦୂର କରିବା ସହିତ ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷାକରିଥିଲେ ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ