ବାରମ୍ଵାର ଖବର ପ୍ରସାରଣ ପରେ ଚେତୁନି ପ୍ରଶାସନ ପାଣି ବୁନ୍ଦାଏ ମିଳୁନି ନୂତନ ନଳକୂପ ଖନନ ପାଇଁ ଦାବି
ଦାରିଙ୍ଗବାଡ଼ି : ୧୭/୦୪(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି ବ୍ଲକ, ସିର୍କାବର୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମର ନାହଡ଼ିମାହା ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଉକ୍ତ ସାହି ରେ ଦୀର୍ଘ ବର୍ଷ ଧରି ୧୨ ରୁ ଉର୍ଦ୍ଧ ପରିବାରର ୩୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରା ଯାଇନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। କୁହାଯାଏ ଜଳ ହିଁ ଜୀବନ। ଶରୀର ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ଯକ। ଏଇଥିପାଇଁ ସରକାରଙ୍କ ଅନେକ ଯୋଜନା ସତ୍ତ୍ବେ ଏପଟେ କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନି ତା'ର ସଫଳ ରୂପାୟନ। ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଦୂଷିତ ଚୂଆ ପାଣି ଉପରେ ନିର୍ଭର କରୁଛନ୍ତି ।ସେହି ଚୂଆ ପାଣିକୁ ବ୍ଯବହାର କରି ଅନେକ ଶିଶୁ ଓ ବୟସ୍କ ରୋଗାଗ୍ରସ୍ତ ହେବା ସହ ଅମୂଲ୍ଯ ଜୀବନ ହାରିଛନ୍ତି ଓ ହରାଉଛନ୍ତି ମଧ୍ଯ। ତଥାପି ପ୍ରଶାସନ ଘୋର ନିଦ୍ରାରେ। ଏହି ନାହଡ଼ିମାହା ସାହିର ସମସ୍ଯା କୁ ନେଇ ସ୍ଥାନୀୟ ଓ୍ବାର୍ଡ଼ମେମ୍ବର, ସରପଞ୍ଚ, ସମିତିସଭ୍ୟ ତଥା ବ୍ଲକ ପ୍ରଶାସନକୁ ଲିଖିତ ଏବଂ ମୌଖିକ ଭାବେ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳି ପାରୁନାହିଁ । ଏଠି ସାଧାରଣରେ ପ୍ରଶ୍ନ ଉଠେ, ପ୍ରଶାସନ ଜାଣି ଜାଣି ଅଜଣା ନା' ଉକ୍ତ ସାହିର ଜନସାଧାରଣଙ୍କ ପ୍ରତି ଉଦାସୀନତା ? କାରଣ ଦୀର୍ଘ ଦିନର ସମସ୍ୟା ଆଜି ବି ଅବହେଳିତ ।ବାଞ୍ଜାମାହା ଗ୍ରାମର ସଲାଗୁଡ଼ି ସାହିର ଭୌଗୋଳିକ ପରିସ୍ଥିତି ଅତି ସାଂଘାତିକ। ସତେ ଯେମିତି ଅଭିଶପ୍ତ ଗାଆଁ ଟିଏ। ଏଠାରେ ନା' ଭଲ ରାସ୍ତାଟିଏ ଅଛି ନା' ବିଶୁଦ୍ଧ ପାନୀୟ ଜଳର ଯୋଗାଣ ? ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବାଧ୍ଯ ହୋଇ ଦୂଷିତ ଚୂଆ ପାଣି ଓ ନାଳ ପାଣି ଉପରେ ନିର୍ଭର କରି ଆସୁଛନ୍ତି। ବର୍ଷା ଦିନର ସମସ୍ୟା ନ କହିବା ଭଲ। କାରଣ ବର୍ଷା ଦିନରେ ଏଠି ଯାନ ରେ ଯିବା ତ ଦୂରର କଥା। ପାଦରେ ଚାଲିକି ଯିବା ମଧ୍ଯ କଷ୍ଟକର। ମାଟି ରାସ୍ତା ଯୋଗୁଁ ସମସ୍ୟା ଆହୁରି ଦ୍ବିଗୁଣ ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ଚିତ୍ର ଏଭଳି। ତଥାପି ଏହି ସମସ୍ୟା ପ୍ରତି ପ୍ରଶାସନ ଆଜି ବି ନିଦାବିଷ୍ଣୁ। ଏପଟେ ଉକ୍ତ ସାହିର ର ନିତ୍ୟାନନ୍ଦ ପାଟମାଝୀ, ପ୍ରମୋଦ ପ୍ରଧାନ, ଶ୍ରମିକ ସୁନାମାଝି, ଲଙ୍କେଶ୍ୱର ସୁନାମାଝି, ହର୍ଷାନନ୍ଦ ପାଟମାଝୀ, କପିଳ ପ୍ରଧାନ, ସୁଦାମ ପ୍ରଧାନ ସମେତ ସାହି ବାସିନ୍ଦା ଉକ୍ତ ସାହି ରେ ଏକ ନୂତନ ନଳକୂପ ଖନନ ନିମନ୍ତେ ଦାବି କରିଛନ୍ତି। ଯଦି ଏହି ସମସ୍ୟାକୁ ତୁରନ୍ତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ବାଧ୍ଯ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ଏବଂ ଆଗକୁ ଥିବା ପଞ୍ଚାୟତ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0