ବାଯ଼ୁ ଏବଂ ଜଳ ପ୍ରଦୂଷଣକୁ ନିଯ଼ନ୍ତ୍ରଣ କରିବା ପାଇଁ ରଞ୍ଜନ ରାଇସ ମିଲ ପାଖରେ କୌଣସି ପ୍ରକାରର ସୁବିଧା ନାହିଁ କି ? ଅଞ୍ଚଳ ପାଇଁ ବିପଦ ସାଜିଛି ରଞ୍ଜନ ରାଇସ ମିଲ
କଳାହାଣ୍ଡି: ୩/୧୨/୨୫; (ଫାଷ୍ଟ ନ୍ୟୁଜ୍ ଓଡ଼ିଶା);-ସରକାର ଅନେକ ପ୍ରକାର ର ବ୍ୟବସାୟ ର ସୁବିଧା କରିଛନ୍ତି, ଏବଂ ସେହି ସବୁ ପାଇଁ ଅନେକ ନିୟମ ଧାରା ଲାଗୁ କରିଛନ୍ତି ସତ କିନ୍ତୁ ବାନେର ଗାଁ ରେ ଏହାର ଓଲୋଟା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଗାଁ ରେ ରଞ୍ଜନ ରାଇସ ମିଲ ସିଧାସଳଖ ସରକାରଙ୍କ ନିୟମ ଉଲଂଘନ କରୁଥିବାର ଦୃଶ୍ୟ ସାମ୍ନା କୁ ଆସିଛି। ରଞ୍ଜନ ରାଇସ ମିଲ ଅଳିଆ ଆବର୍ଜ୍ଜନା ନିଜର EPT yard ରେ ନୋ ପକାଇ ଖୋଲାମ ଖୋଲା ମିଲ ବାହାରେ ଅନେକ ସ୍ଥାନରେ ପକାଉଥିବର ଦୃଶ୍ୟ ସାମ୍ନା କୁ ଆସିଛି, ଏନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ଥିବାର ସୂଚନା ଆସିଛି, ସରକାର ପ୍ରତ୍ୟେକ ରାଇସ୍ ମିଲ୍ ପାଇଁ ବାଯ଼ୁ ଏବଂ ଜଳ ପ୍ରଦୂଷଣକୁ ନିଯ଼ନ୍ତ୍ରଣ କରିବା ପାଇଁ CPCB/OSPCB ନିର୍ଦ୍ଦେଶାବଳୀ ସହିତ ମିଲର ଅନୁପାଳନର ସାମ୍ପ୍ରତିକ ସ୍ଥିତି ଯଥା ସାଇକ୍ଲୋନ/ପଲ୍ସ ଜେଟ୍ ବ୍ୟାଗ ଫିଲ୍ଟର୍, ETPs ର ବ୍ୟବସ୍ଥା ଥିବା ବେଳେ ନିୟମ ଉଲଂଘନ କରୁଛି ବାନେର ଗାଁ ରଞ୍ଜନ ରାଇସ ମିଲ,ଯାହାଫଳରେ ପରିବେଶ ପ୍ରଦୂଷଣ ବଢିବାର ସମ୍ଭାବନା ରହିଛି ଏବଂ ଅଞ୍ଚଳରେ ବସବାସ କରୁଥିବା ଲୋକେ ତଥା ଯାତାୟତ କରୁଥିବା ଯାତ୍ରୀ ଙ୍କ ପାଇଁ ବିପଦ ସଙ୍କୁଳନ ର ସମ୍ଭାବନା ରହିଛି। କିନ୍ତୁ ରଞ୍ଜନ ରାଇସ ମିଲ ବାରମ୍ବାର ନିୟମ ଉଲଂଘନ କରିବାରେ ପଛାଉ ନାହିଁ ବଳି ଅଭିଯୋଗ ଆସିଛି ,ଏଥିରୁ ସନ୍ଦେହ ପ୍ରକାଶ ବାଯ଼ୁ ଏବଂ ଜଳ ପ୍ରଦୂଷଣକୁ ନିଯ଼ନ୍ତ୍ରଣ କରିବା ପାଇଁ ରଞ୍ଜନ ରାଇସ ମିଲ ପାଖରେ କୌଣସି ପ୍ରକାରର ସାଇକ୍ଲୋନ/ପଲ୍ସ ଜେଟ୍ ବ୍ୟାଗ୍ ଫିଲ୍ଟର୍, ETP ର ସୁବିଧା ନାହିଁ । ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0