ବାଦାମପାହାଡ଼  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର  ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ /ସିଡିଏମ ଙ୍କୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ

Dec 12, 2025 - 06:00
 0  1
ବାଦାମପାହାଡ଼  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର  ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ /ସିଡିଏମ ଙ୍କୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ

ରାଇରଙ୍ଗପୁର - ୧୧/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)  ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଜନ୍ମ ଓ ମୃତ୍ଯୁ  ପ୍ରମାଣ ପତ୍ର ପାଇଁ   ଦିର୍ଘମାସ ଧରି ଅପେକ୍ଷା କରିବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ମନମାନି ଚାଲିଛି । ଯେତେବେଳେ ପ୍ରମାଣପତ୍ର  ମାଗିବାକୁ  ଗଲେ  ସବୁ ଦିନ କାଲିଆସ କହୁଛନ୍ତି। ଜନ୍ମ ମୂତ୍ୟୁ ପଞ୍ଜିକରଣ ଅଧିକାରୀ କୌଣସି ଲୋକଙ୍କୁ ଖାତିର କରୁ ନାହାନ୍ତି। ମନ ଇଚ୍ଛା ଅଫିସ ବନ୍ଦ କରୁଛନ୍ତି। ଯାହା ଫଳ ରେ ଦୂର ଦୁରାନ୍ତର ଲୋକ ବହୁତ ନାନା  ହଇରାଣ  ହରକତହେଉଛନ୍ତି l ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ଠିକ ସମୟରେ  ପାଇ ପାରୁ ନାହାନ୍ତି ।ବିଭିନ୍ନ‌ ସରକାରୀ ଯୋଜନା,ଏଲଆଇସି ,ବ୍ଯାଙ୍କରେ ଆଧାର କାର୍ଡ ସହ ଠିକ ସମୟରେ ଲିଙ୍କ ହୋଇ ପାରୁ ନାହାଁନ୍ତି ।ଆଦିବାସୀ ଅଧ୍ଯୁଷିଣତ ଅଞ୍ଚଳରେ ନିରିହ ଆଦିବାସୀମାନେ ନାନା ହଇରାଣ ହରକତ ହେଉଛନ୍ତି । ସେମାନଙ୍କ ଗୁହାରି ଶୁଣିବ କିଏ ? ଶିକ୍ଷାନୁଷ୍ଠାନ,ବ୍ୟାଙ୍କ,ଇନସୁରାନ୍ସ ଇତ୍ୟାଦି ରେ ଜନ୍ମ,ଓ ମୃତ୍ୟୁ ତାରିଖ ଆବଶ୍ଯକତି  ରହିଛି।  ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ହିତାଧିକାରୀ ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ସ୍ଵାସ୍ଥ୍ୟ  ପ୍ରଶାସନ ଶିଘ୍ର ଦୃଷ୍ଟି ଦେବାପାଇଁ ଅଂଚଳଵାସୀ ଦାବି କରୁଛନ୍ତି । ଏହି ବିଷୟରେ ମାସା ସଂଘ ୨୩/୧୦/୨୫ ଦିନ ସିଡ଼ିଏମ କୁ ଅଭିଯୋଗ କରିଥିଲେ କିନ୍ତୁ ବିଫଳ lଆଗକୁ ଯଦି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ତରଫରୁ ହିତାଧିକାରୀଙ୍କୁ ହଇରାଣ ହରକତ କରାଯାଏ ତାହାହେଲେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାସା ସଂଘ  ତରଫରୁ ଆନ୍ଦୋଳନ କରାଯିବ ବୋଲି ସଂଘ କର୍ମକର୍ତା ରାମ ମୁର୍ମୁ, ମାସାଙ୍ଗ,ହୁରଦା, ଲକ୍ଷ୍ମଣ ଏବଂ ହାଡିବନ୍ଧୁ ଟୁଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ