ବାଂଲାଦେଶରେ ହିନ୍ଦୁଙ୍କୁ ଅତ୍ୟାଚାର ପ୍ରତିବାଦରେ ବାରିପଦାରେ "ହିନ୍ଦୁ ସୁରକ୍ଷା ମଞ୍ଚ"ର ସଭା, ଶୋଭାଯାତ୍ରା

Dec 5, 2024 - 15:57
 0  68
ବାଂଲାଦେଶରେ ହିନ୍ଦୁଙ୍କୁ ଅତ୍ୟାଚାର ପ୍ରତିବାଦରେ ବାରିପଦାରେ "ହିନ୍ଦୁ ସୁରକ୍ଷା ମଞ୍ଚ"ର ସଭା, ଶୋଭାଯାତ୍ରା

ବାରିପଦା: ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ କରି ସମ୍ପ୍ରତି ଚାଲିଥିବା ଲୁଟତରାଜ, ପୋଡ଼ାଜଳା, ହତ୍ୟା, ବଳାତ୍କାର, ମନ୍ଦିର ଉପରେ ଆକ୍ରମଣ ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା, ବିନା କାରଣରେ ସ୍ୱାମୀ ଚିନ୍ମୟ କୃଷ୍ଣ ଦାସ ଙ୍କୁ ଗିରଫ କରାଯିବା ପ୍ରଭୃତି ଘଟଣାର ପ୍ରତିବାଦରେ "ହିନ୍ଦୁ ସୁରକ୍ଷା ମଞ୍ଚ" ପକ୍ଷରୁ ଗୁରୁବାର ଦିନ ଏଠାରେ ଏକ ବଡ଼ ଧରଣର ଶୋଭାଯାତ୍ରାଆୟୋଜିତ ହୋଇଯାଇଛି। ରାଲି ପରେ ପରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ପ୍ରଦାନ କରାଯାଇଛି। ଏହି ସଭା, ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ.. ପ୍ରଭୃତି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନରେନ୍ଦ୍ର ସିଂ, କବିବିଷ୍ଣୁ ଶତପଥୀ, ନିର୍ମଳ ପ୍ରକାଶ ଜେନା, ଦୟାନିଧି ଦାସ, କାନ୍ଦ୍ରା ସୋରେନ, ବିଶ୍ୱଜିତ ରଣା, ମୋହନ ଗିରି, ଶୋଭାବତୀ ଓତା, ବିଶ୍ୱ ରଞ୍ଜନ ଘୋଷ, ଲକ୍ଷ୍ମୀଧର ହାବଡ଼ା, ବିଜୟ କୁମାର ଦାସ, ସୌମ୍ୟରଂଜନ ମିଶ୍ର, ସୋମନାଥ ଦାସ, ସୁଧାଂଶୁ ଶେଖର ଜେନା, ଶ୍ରଦ୍ଧାଞ୍ଜଳି ପଣ୍ଡା, କଳ୍ପ ରାୟବାବୁ, ଫକୀର ସିଂହ, ଶଙ୍କର୍ଷଣ ପଣ୍ଡା, ସୁଜାତା ମୁର୍ମୁ, ଦୀପକ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।ଏଥିସହିତ ଶତାଧିକ ହିନ୍ଦୁମଞ୍ଚ ର କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ