।। ବଲାଙ୍ଗିର ଜିଲ୍ଲା ଚାଷୀ ମାନଙ୍କ ଜମି ଟଙ୍କା ମିଳିବ କେବେ ।।

Mar 25, 2024 - 20:07
 0  16
।। ବଲାଙ୍ଗିର ଜିଲ୍ଲା   ଚାଷୀ ମାନଙ୍କ ଜମି ଟଙ୍କା ମିଳିବ କେବେ ।।

(ଉଦେପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ରଇତି ଜମି ଯାଇ ପ୍ରାପ୍ୟ ପାଇବାରେ ବଞ୍ଚିତ ନଅ ଜଣ ଚାଷି ) ଆଙ୍କର : ଟିଟିଲାଗଡ଼ ବ୍ଳକର ଉଦୟପୁର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ନଅ ବର୍ଷ ବିତିଯାଇ ଥିଲେ ମଧ୍ୟ ପ୍ରାପ୍ୟ ପାଇବା ପାଇଁ ବଞ୍ଚିତ ହେଲେ ନଅ ଜଣ ଚାଷୀ ପରିବାର। କତରକେଲା ଗ୍ରାମ ଓ ଉଦେପୁର ଗ୍ରାମର ନଅଜଣ ଚାଷି ପରିବାର ବାରମ୍ଵାର ପ୍ରଶାସନର ଦ୍ଵାରସ୍ତ ହୋଇ, ଟିଟିଲାଗଡ଼ ଉପଜିଲ୍ଲାପାଳ ବଲାଙ୍ଗିର ଜିଲ୍ଲାପାଳ, କ୍ଷୁଦ୍ର ଜଳସେଚନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗିର ଜଳସମ୍ପଦ ମନ୍ତ୍ରୀ ଶ୍ରୀ ମତୀ ଟୁକୁନୀ ସାହୁ ଙ୍କୁ ବାରମ୍ଵାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ର ବାବୁ ମାନଙ୍କ ଅବହେଲା ଯୋଗୁ ମିଳିପାରୁନି ପ୍ରାପ୍ୟ ରଇତି ଜମିର ପ୍ରାପ୍ୟ ୨୦୧୪ ମସିହାରେ ଟିଟିଲାଗଡ଼ ତହସି ଅଫିସରୁ ନୋଟିସ ହୋଇଥିବା ବେଲେ କିନ୍ତୁ ୨୦୧୬ ମସିହାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଥିବା ବେଲେ ପ୍ରାପ୍ୟ ଚାଷି ମାନଙ୍କୁ କାହିଁକି ଦିଆଯାଇ ନାହିଁ ବୋଲି ବିଭିନ୍ନ ଚାଷି ସଙ୍ଗଠନ ମାନେ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି। ଟିଟିଲାଗଡ଼ ବୁଦ୍ଧି ଯିବି ମହଲରେ ବି ଦାବି ହେଉଅଛି ଉକ୍ତ ପ୍ରକଳ୍ପ ରେ ଜମି ହରାଇ ଥିବା ପରିବାର କୁ ତୁରନ୍ତ ପ୍ରାପ୍ୟ ଦେବା ପାଇଁ ପ୍ରଶାସନ କୁ ଦାବି ଜଣାଇ ଛନ୍ତି l ଗୋଟିଏ ସପ୍ତାହ ଭିତରେ ଯଦି ୯ ଜଣ ଚାଷି ପରିବାରକୁ ପ୍ରାପ୍ୟ ନମିଲେ ତା ହେଲେ ବଡ଼ ଧାରଣାର ଆନ୍ଦୋଳନ ହେବ ବୋଲି ସ୍ପଷ୍ଟା ଜଣାଇଛନ୍ତି ୯ ଜଣ ଚାଷି ପରିବାର। ସେଥି ପାଇଁ ପ୍ରଶାନ ସମ୍ପୁର୍ଣ୍ଣ ଦାଇ ରହିବେ ବୋଲି ୯ ଜଣ ଚାଷି ପରିବାର ଗଣମଧ୍ୟମ ପ୍ରତିନିଧି ଆଗରେ ଟିଟିଲାଗଡ଼ କ୍ଷୁଦ୍ର ଦଳ ସେଚନ ଅଫିସ ପ୍ରଶାନକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଧମକ୍ ଦେଇଛନ୍ତି ।

 ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ