।। ବର୍ଷାରେ ବଢୁଛି କମରାଘାଟ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଗାଁକୁ ନାହିଁ ପକ୍କା ରାସ୍ତା ।।

Jul 22, 2024 - 16:59
 0  69
।। ବର୍ଷାରେ ବଢୁଛି କମରାଘାଟ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଗାଁକୁ ନାହିଁ ପକ୍କା ରାସ୍ତା ।।

ଥୁଆମୂଳ ରାମପୁର ତା:-୨୨/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ବର୍ଷା ଋତୁରେ ଏହି ରାସ୍ତା ଗ୍ରାମବାସୀଙ୍କ ପାଇଁ ନେଇ ଆସିଥାଏ ଦୁର୍ଦ୍ଦଶା ହିଁ ଦୁର୍ଦ୍ଦଶା।ଗାଁକୁ ସାଧାରଣ ଯାନବାହନ ଟିଏ ଚଳାଚଳ ପାଇଁ ଅସମ୍ଭାଳ ସ୍ଥିତି ରହିଥିବା ବେଳେ ବ୍ଲକର ବିଭିନ୍ନ ଗ୍ରାମକୁ ଜଳଯୋଗାଣ ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ବିଭିନ୍ନ ଉପକରଣ ଗଚ୍ଛିତ କରିବା ପାଇଁ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା କଡରେ ବ୍ୟବସ୍ଥା କରାଯାଇଛି।ବିଭିନ୍ନ ଉପକରଣ ନେବା ଆଣିବା ପାଇଁ ବ୍ୟବହୃତ ହେଉଥିବା ବଡବଡ ଯାନବାହନ ଚଳାଚଳ ଯୋଗୁଁ ଉକ୍ତ ରାସ୍ତା ଅଧିକ ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ଆଣ୍ଠୁଏ କାଦୁଅ ହୋଇସାରିଲାଣି। ଯେଉଁଥିପାଇଁ ଗାଁ କୁ ପଶି ପାରୁନି କୌଣସି ଯାନବାହନ।ଫଳ ସ୍ବରୂପ ଗ୍ରାମବାସୀ ପ୍ରତିକୂଳ ପରିସ୍ଥିତିରେ ରହୁଥିବା ଦେଖିବାକୁ ମିଳିଛି।ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସୁବିଧା ଖଣ୍ଡିକ ଅପହଞ୍ଚ ହୋଇପଡିଛି ଏହି ରାସ୍ତା।ମେଗା ଜଳଯୋଗାଣ ପ୍ରକଳ୍ପର ନିର୍ମାଣ ସଂସ୍ଥା ଏହି ରାସ୍ତାକୁ ଅଧିକ ଖରାପ କରୁଥିବା ବେଳେ କମରାଘାଟ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କୁ ବଢାଇଛି ବୋଲି ଗ୍ରାମବାସୀ କହିଛନ୍ତି।ପକ୍କା ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ବାରା ସରକାରଙ୍କୁ ଜଣାଇଥିଲେ ମଧ୍ୟ ଆଜିଯାଏ ନିରାଶର ଶିକାର ହେଇଥିବା ଅଭିଯୋଗ ଆସିଥାଏ। ପ୍ରାୟ ୧୦୦ ପରିବାର ବସବାସ କରୁଥିବା ଏହି ରାଜସ୍ବ ଗ୍ରାମ ପ୍ରତି ସରକାର କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଗ୍ରାମବାସୀ ଗଣମାଧ୍ୟମ ଆଗରେ ସରକାରଙ୍କୁ ପ୍ରଶ୍ନ ରଖିଥିଲେ।ପି ଡବ୍ଲ୍ୟୁ ଡି ରାସ୍ତା ଠାରୁ ଲାଠିଆଗୁଡା ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଠାରୁ ୩ କିଲୋମିଟର ଦୂର କମରାଘାଟ ଗାଁ ରାସ୍ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ୍ କରିବା ପାଇଁ ପ୍ରଶାସନକୁ ଜଣାଇଛନ୍ତି।ଯଦି ଏହି ରାସ୍ତାର ସମସ୍ୟା ଦୂର କରାନଗଲେ କମରାଘାଟ ଗ୍ରାମବାସୀ ନାନା ଅସୁବିଧାର ସାମ୍ନା କରିବେ ଏବଂ କେବଳ ଦୁର୍ଦ୍ଦଶା ହିଁ ଦୁର୍ଦ୍ଦଶା ଭୋଗିବେ।ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ