ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ବିଜେପିକୁ ମୁହଁ ତୋଡ ଜବାବ

ମାତ୍ର କିଛି ଦିନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି । ଯାହା ବିଜେଡିର ଏକ ପ୍ରକାର କମ୍ପନ ସୃଷ୍ଟି କରିଥିଲା । ହେଲେ ଆଜି ଅଶୋକ ପୁଣି ବିଜେପି ଛାଡି ବିଜେଡିକୁ ଆଦରି ନେବା ସହିତ ବିଶ୍ଵଙ୍କ ନେତୃତ୍ୱକୁ ମାନି ନେଇଛନ୍ତି । ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି । ଯାହା ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ଏହି ଖବର ପ୍ରକାଶ ପରେ ବରୀ ଅଞ୍ଚଳରେ ବିଜେଡି ପକ୍ଷରୁ ବ୍ୟାପକ ଆତସବାଜି ପ୍ରଦର୍ଶନ କରାଯାଇଛି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






