।। ବନ୍ଦ,ବନ୍ଦ ବନ୍ଦ -ସ୍ୱତନ୍ତ୍ର ପଶ୍ଚିମ ଓଡିଶା କୋଶଲ ରାଜ୍ୟ ଦାବୀରେ ଟିଟିଲାଗଡ଼ ବନ୍ଦ ।।

Nov 18, 2023 - 16:14
 0  70
।। ବନ୍ଦ,ବନ୍ଦ ବନ୍ଦ -ସ୍ୱତନ୍ତ୍ର ପଶ୍ଚିମ ଓଡିଶା କୋଶଲ ରାଜ୍ୟ ଦାବୀରେ ଟିଟିଲାଗଡ଼ ବନ୍ଦ ।।

ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀନେଇ କୋଶଲସେନାର ପଶ୍ଚିମ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରି ଟିଟିଲାଗଡ଼ରେ ମଧ୍ୟ ବନ୍ଦ ପାଳନ କରାଯାଇଛି l ଏଥିରେ ସମସ୍ତ ଦୁକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ କାର୍ଯ୍ୟାଳୟ, ସ୍କୁଲ ,କଲେଜ,ଗାଡିଚଳାଚଳ ସମ୍ପୂର୍ଣ ରୂପେ ଠପ ହୋଇଥିବାବେଲେ ଗ୍ରାମାଞ୍ଚଳରେ ମଧ୍ୟ ସ୍କୁଲ କଲେଜ ବନ୍ଦ ହୋଇଥିଲା l କୋଶଲ ସମର୍ଥନକାରୀମାନେ ଟାୟାରଜାଳି ରାସ୍ତା ଅବରୋଧ କରିବା ସହିତ ସ୍ୱତନ୍ତ୍ର କୋଶଲ ରାଜ୍ୟଦାବୀ ନାରା ଦେଇଥିଲେ l l ଜରୁରୀକାଳୀନ ସେବାକୁ ବାଦଦେଇ ସମସ୍ତ ଗାଡି ଚଳାଚଳ କୁ ବନ୍ଦ କରିଥିଲେ କୋଶଲସେନା l ଏହି ବନ୍ଦପାଳନରେ ସମସ୍ତ ସଂଗଠନ ଗୁଡିକ ସମର୍ଥନଦେଇ ଶାନ୍ତିଶୃଙ୍ଖଳା ସହିତ ବନ୍ଦ ପାଳନକୁ ସଫଳ କରିଥିଲେ l ସମ୍ପୂର୍ଣ ଗାଡିଚଳାଚଳ ବନ୍ଦ ଥିବାରୁ କେତେକ ଯାତ୍ରୀମାନେ ହଇରାଣ ହୋଇଥିବାର ଦେଖିବାକୁ ମିଳିଥିଲା l

ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ