।। ବଜ୍ରାଘାତରେ ଜଣେ ମହିଳା ମୃତ୍ଯୁ ।।

May 21, 2024 - 19:48
 0  10
।। ବଜ୍ରାଘାତରେ ଜଣେ ମହିଳା ମୃତ୍ଯୁ ।।

ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ପଂଚାୟତ ର ନାକଟିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଜ୍ରାଘାତରେ ଜଣେ ମହିଳା ମୃତ୍ଯୁବରଣ କରିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ସାନମାଟିକଣା ଗ୍ରାମର ଦାମ୍ବୁରୁ ମାଝୀଙ୍କ ପତ୍ନୀ ସାଲାଇ ମାଝି ଓ ତାଙ୍କ ବୟସ 35 ବର୍ଷ ହେବ ବୋଲି ଜଣାପଡିଛି। ଆଜି ଅପରାହ୍ନ ସମୟରେ ମୃତ ସାଲାଇ ମାଝୀ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଆମ୍ବ ସଂଗ୍ରହ ପାଇଁ ଯାଇଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ତେବେ ସାଲାଇ ଏକ ଆମ୍ବ ଗଛ ମୂଳେ ରହିଯାଇଥିଲେ। ପରେ ସେ ବଜ୍ରାଘାତର ଶିକାର ହୋଇ ଘଟଣା ସ୍ଥଳରେ ହିଁ ମୃତ୍ଯୁବରଣ କରିଥିଲେ। ଏହି ଖବର ଜଣାପଡିବା ପରେ ସାନ ମାଟିକଣା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣା ପରେ ମୃତ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଟିକିରି ଥାନାରେ ଏକ ଅଭିଯୋଗ ଦାଖଲ ହୋଇଛି।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ