ବଜ୍ରଘାତରେ ସୁଧାକର କିସାନ ଦୁଇ ବଳଦ ମୃତ
ଘଟଗାଁ, ବଜ୍ରାଘାତରେ ଚାଷୀର ଦୁଇ ବଳଦ ମୃତ। ଏଭଳି ଘଟଣା ଘଟିଛି ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ଭଗମୁଣ୍ଡା କିସାନ ସାହିର ସୁଧାକର କିସାନଙ୍କ ଘରେ। ଶନିବାର ସକାଳେ ସୁଧାକର ଘର ନିକଟ ଏକ ଗଛ ମୂଳରେ ବଳଦ ଦୁଇଟି ବାନ୍ଧିଥିଲା। ବନ୍ଧା ହୋଇଥିବା ସମୟରେ ହଠାତ ବଜ୍ରପାତ ହେଲା ଫଳରେ ବଜ୍ର ପ୍ରହାରରେ ବଳଦ ଦୁଇଟିର ମୃତ୍ୟୁ ଘଟିଛି। ସୂଚନା ଥାଉ କି ଏବେ ଚାଷ କାମ ଚାଲିଥିବାରୁ ଏହି ସମୟରେ ବଳଦ ମୃତ୍ୟୁ କୁ ନେଇ ସୁଧାକର କିସାନ ବହୁତ ଚିନ୍ତାରେ ଅଛନ୍ତି କେମିତି ଚାଷ କରିବେ ସୁଧାକର ଦିନମଜୁରିଆ ଓ ଚାଷୀ ହେଇଥିବାରୁ ପ୍ରଶାସନ ପକ୍ଷରୁ କିଛି କ୍ଷତି ପୂରଣ ଦେବାକୁ ଗ୍ରାମ ବାସି ଦାବୀ କରିଛନ୍ତି ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0