।। ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଘେରାଉ,ଦାବି ପୂରଣ ନହେଲେ ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ ଚେତାବନୀ ।।

Apr 22, 2024 - 21:09
 0  82
।। ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଘେରାଉ,ଦାବି ପୂରଣ ନହେଲେ ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ ଚେତାବନୀ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡ଼ିଶା) : ରାସନ ସାମଗ୍ରୀ ଯୋଗାଣ ନେଇ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳକୁ ଘେରାଉ କଲେ ଉତ୍ତ୍ଯକ୍ତ ଲୋକେ। ଫିରିଙ୍ଗିଆ ବ୍ଲକର ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥୂବା ଦୁଇଟି ୱାର୍ଡ ଦଶ ଓ ଏଗାର ଅଧୀନରେ ଥିବା ବଜେଡି, ରିବିଲଦା, ଗାଗଡ଼ ପଦର, କଡାଉ, ସୁଫୁଲା ଓ ଡଙ୍ଗରି ସାହିର ଶତାଧିକ ବାସିନ୍ଦା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଲୋକେ ବ୍ଲକ ଘେରାଉ କରିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ସୁମେର ବନ୍ଧ ପଞ୍ଚାୟତ ର ଦୁଇଟି ୱାର୍ଡ ର ପ୍ରାୟ ଦୁଇଶହ ରୁ ଅଧୂକ ପରିବାର ପୂର୍ବରୁ ସାଡୀଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ତାଙ୍କୁ ସାଡୀଙ୍ଗିଆ ପଞ୍ଚାୟତ ପାଖ ହେଉଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କୁ ପଞ୍ଚାୟତ ବିଭାଜନ ହେବାପରେ ସୁମେର ବନ୍ଧ ପଞ୍ଚାୟତ ରେ ସାମିଲ କରାଯାଇଛି । ଦୀର୍ଘଦିନ ଧରି ଏହି ଦୁଇଟି ୱାର୍ଡ ର ବାସିନ୍ଦାମାନେ ସାଡୀଙ୍ଗିଆ ପଞ୍ଚାୟତ ରେ ସାମିଲ ହେବାପାଇଁ ବାରମ୍ବାର ଦାବୀ ମଧ୍ୟ ରଖି ଆସୁଥ‌ିବା ବେଳେ ବିଗତ ଦିନରେ ଏହି ଦାଵୀ ପାଇଁ ଭୋଟ ମଧ୍ୟ ବର୍ଜନ କରିସାରିଛନ୍ତି । ଆଗାମୀ ଦିନରେ ଯଦି ସରକାର ଗ୍ରହଣ କରି ପୁନର୍ବିଚାର ନକରନ୍ତି ତାହେଲେ ପୁଣି ଥରେ ଏହି ୱାର୍ଡ ର ବାସିନ୍ଦା ମାନେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ୱାର୍ଡ ବାସିନ୍ଦା ଙ୍କ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ବିଡ଼ିଓ ଙ୍କୁ ପଚାରିବରୁ ସେ କହିଛନ୍ତି, ଯେ, ବର୍ତ୍ତମାନ ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ରେ ପିଡ଼ିଏସ ସାମଗ୍ରୀ ପାଉଛନ୍ତି । ଯଦି ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ରୁ ପିଡ଼ିଏସ କିମ୍ବା ଭତ୍ତା ପାଇବକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ